Pratidin TV

Odisha's Digital News Platform

ଖସିଗଲେ ୩୦ ଶିକାରୀ , ଛାଡିଦେଇଗଲେ ୮୦ କିଲୋ ବନ୍ୟଜନ୍ତୁ ମାଂସ ..

1 min read

କୈାଶଳକ୍ରମେ ଖସିଗଲେ ଶିକାରୀ । କିନ୍ତୁ ଛାଡିଦେଇଗଲେ ସନ୍ତକ ।ବନବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡିଲା ୮୦ କେଜିର ହରିଣ , ବାରହା , ସମ୍ବର ମାଂସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭ୍ୟାରଣରେ । ଶିକାର କରିବାକୁ ପଶିଥିଲେ ୪୦ ଶିକାରୀ, ହେଲେ ଏସଟି ଆର ଓ ବନ ବିଭାଗ କେବଳ ୯ ଜଣଙ୍କୁ ଧରିଥିବା ବେଳେ ୩୦ ରୁ ଅଧିକ ଶିକାରି ଫେରାର ମାରିଛନ୍ତି । ବନ ବିଭାଗ ୯ ଶିକାରୀଙ୍କୁ ଶିମିଳିପାଳ ଆଭ୍ୟନ୍ତରୀଣ ଜେନାବିଲ ଅଞ୍ଚଳରୁ ଗିରଫ କରିବା ପରେ ଡୁକୁରା ବନ ବିଭାଗ ଏବଂ ଏସଟିଆର ମିଳିତ ଭାବେ ଶିମିଳିପାଳର କୋର ଏରିଆ ଜେନାବିଲ ରେଞ୍ଜ ଅଞ୍ଚଳରେ ଚଢ଼ାଉ କରିଥଲେ ।

ଫଳରେ ଶିକାର କରିବାକୁ ଯାଇଥିବା ୪୦ ରୁ ଅଧିକ ଶିକାରୀ ବନ ବିଭାଗ ହାବୁଡ଼ରେ ପଡ଼ିଥିଲେ ସୁଦ୍ଧା ବନ ବିଭାଗ କେବଳ ୯ ଜଣ ଶିକାରିଙ୍କ ସହିତ ୯ ଗୋଟି ଦେଶୀ ବନ୍ଧୁକ ଜବତ କରିଛି । ବନ ବିଭାଗର ହାତପାହାନ୍ତରୁ ଖସି ଯାଇଛନ୍ତି ୩୦ ରୁ ଅଧିକ ଶିକାରୀ । ହେଲେ ଶିକାରୀମାନେ ଶିକାର କରିଥିବା ୮୦ କିଲୋ ରୁ ଅଧିକ ବନ୍ୟଜନ୍ତୁ ମାଂସ ଛାଡି ଯାଇଥିବା ବେଳେ ବନ ବିଭାଗ ତାହାକୁ ଜବତ କରିଛି । ଏହା ସହିତ ଗୁଳି ଏବଂ ଗୁଳି ତିଆରି ସାମଗ୍ରୀ ଜବତ କରିଛି । ଜବତ ହୋଇଥିବା ମାଂସ ମଧ୍ୟରେ ସମ୍ବର, ହରିଣ ସମେତ ବାରହା ମାଂସ ରହିଥିବା କୁହାଯାଉଛି ।

Advertisement

Leave a Reply

Your email address will not be published. Required fields are marked *