Pratidin TV

Odisha's Digital News Platform

ବୋର୍ଡ ସାର୍ଟିଫିକେଟ ପାଇଁ ଲାଞ୍ଚ , ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନଶିକ୍ଷକ

ସୁନ୍ଦରଗଡ : ଭିଜିଲାନ୍ସ ହାବୁଡରେ ସୁନ୍ଦରଗଡ କୁମୁଝରିଆ ଏସସି ଓ ଏଏସଟି ଡେଭଲପମେଣ୍ଟ ହାଇସ୍କୁଲର ପ୍ରଧାନଶିକ୍ଷକ । ଆଜି ୧୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ସୂଚନା ଅନୁଯାୟୀ ଆଜି ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ସଞ୍ଜୟ ସାମଲ ବୋର୍ଡ ସାର୍ଟିଫିକେଟ୍ ,ମାର୍କସିଟ୍ ଓ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ଦେବା ପାଇଁ ଜଣେ ଗରିବ ଛାତ୍ରୀଙ୍କ ବାପାଙ୍କ ଠାରୁ ଲାଞ୍ଚ ନେଉଥିଲେ ।

ତେବେ ଛାତ୍ରୀ ଜଣଙ୍କ ଏହି ବର୍ଷ ମ୍ୟାଟ୍ରିକ ପାସ୍ କରିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ତାଙ୍କୁ ସାର୍ଟିଫିକେଟ୍ ଦେବା ନିମନ୍ତେ ଲାଞ୍ଚ ମାଗିଥିଲେ । ଏହାପରେ ଛାତ୍ରୀଙ୍କ ବାପା ବାଧ୍ୟ ହୋଇ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଭିଜିଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ପ୍ରଧାନଶିକ୍ଷକଙ୍କୁ ନାଲି ହାତରେ ଧରିବା ସହ ରାଉଲକେଲା ଭିଜିଲାନ୍ସ ଡିଭିଜନ୍‌ରେ ମାମଲା ରୁଜ୍ଜୁ କରିଛି ।

Leave a Reply

Your email address will not be published. Required fields are marked *