Pratidin TV

Odisha's Digital News Platform

ଆଇପିଏଲରେ କ୍ରିସ୍ ଗେଲ୍ ଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍ ୱାର୍ଣ୍ଣର ..

1 min read

କ୍ରିସ୍ ଗେଲ୍ ଙ୍କ ରେକର୍ଡ ଭାଙ୍ଗିବେ ଡେଭିଡ୍ ୱାର୍ଣ୍ଣର । ଦିଲ୍ଲୀ କ୍ୟାପିଟାଲ ଏବଂ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଡେଭିଡ୍ ୱାର୍ଣ୍ଣର ରଚିଛନ୍ତି ନୂଆ କୀର୍ତ୍ତିମାନ । ପ୍ରଥମେ ବ୍ୟାଟିଂ କରି ଡେଭିଡ ୱାର୍ଣ୍ଣର ଦିଲ୍ଲୀ ପାଇଁ ସବୁଠୁ ବଡ ଇନିଂସ ଖେଳିଥିଲେ । ୱାର୍ଣ୍ଣର ୫ ଟି ଚୌକା ଓ ୩ ଟି ଛକା ସହାୟତାରେ ୩୫ ବଲରେ ୫୨ ରନ ସ୍କୋର କରିଥିଲେ ।

ଏହି ଅର୍ଦ୍ଧ ଶତାବ୍ଦୀ ସହିତ ୱାର୍ଣ୍ଣର ଟି -୨୦ କ୍ରିକେଟରେ ନିଜ ନାଁରେ ନୂଆ ଏକ ରେକର୍ଡ କରିଛନ୍ତି । ୱାର୍ଣ୍ଣର ଟି୨୦ କ୍ରିକେଟରେ ସର୍ବାଧିକ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ସେ ୧୧୦ ଥର ଏହି ସଫଳତା ହାସଲ କରି ଗେଲଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଏହି ତାଲିକାରେ ୱାର୍ଣ୍ଣର ଏକ ନମ୍ବରରେ ଏବଂ କ୍ରିସ ଗେଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଯଦିଓ ଉଭୟ ମିଳିତ ଭାବରେ ଶୀର୍ଷ ସ୍ଥାନରେ ଅଛନ୍ତି । । ବିରାଟ କୋହଲି ୧୦୧ ଅର୍ଦ୍ଧଶତକ ସହ ଦ୍ୱିତୀୟ ଏବଂ ବାବର ଆଜମ(୯୮) ତୃତୀୟ ସ୍ଥାନରେ ରହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *