Pratidin TV

Odisha's Digital News Platform

ଦିଆସିଲି କାଠିରେ ଓଡ଼ିଶା ମାନଚିତ୍ର, ଆଇସକ୍ରିମ କାଠିରେ ପ୍ରବାଦ ପୁରୁଷ ବିଜୁ ବାବୁ ..

1 min read

ଦିଆସିଲି କାଠିରେ ପୁରା ଓଡିଶା । ସେଥିରେ ସ୍ଥାନ ପାଇଛନ୍ତି ସାଢ଼େ ଚାରିକୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ସେହି ଦିଆସିଲି କାଠି ଦେଖିବାକୁ ମିଳିଛି ଓଡିଆ ଅସ୍ମିତାର କାହାଣୀ । ଏହା କେବଳ ସମ୍ଭବ ହୋଇପାରିଛି କଳାରେ ରୁଚି ରଖୁଥିବା ମନୋଜ୍ ଙ୍କ ପାଇଁ । ବିଭିନ୍ନ ସମୟରେ ନିଜର କଳାକୃତି ପାଇ ସେ ବେଶ୍ ପରିଚିତ । ରଥଯାତ୍ରା ହେଉ ଅବା କ୍ରିକେଟ୍ ୱାଲର୍ଡ କପ୍ ସର୍ବଦା କିଛି ଭିନ୍ନ ଧରଣର ଚିତ୍ରକଳା କରି ଚର୍ଚ୍ଚାରେ ଥାଆନ୍ତି ।

ଆଜି ଉତ୍କଳ ଦିବସ ଅବସରରେ ଏଥର ଦୁଇଟି ଚିତ୍ରକଳା କରିଛନ୍ତି କଟକ ର ଚିତ୍ରଶିଳ୍ପୀ ମନୋଜ୍ କୁମାର ସାହୁ । ଉତ୍କଳ ଦିବସ ଉପଲକ୍ଷେ ୨୦୦ ରୁ ୩୦୦ ଡିଆସିଲି କାଠିରେ ତିଆରି କରିଛନ୍ତି ଓଡ଼ିଶାର ମାନଚିତ୍ର । ଯେଉଁଥିରେ ସ୍ଥାନିତ କରିଛନ୍ତି ସାଢ଼େ ଚାରିକୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ । ଅନ୍ୟଟି ଉତ୍କଳର କଳା, ସଂସ୍କୃତି, ଐତିହ୍ୟକୁ ତିଆରି କରିଛନ୍ତି ପାଖାପାଖି ୩୦୦ ରୁ ୪୦୦ ଆଇସକ୍ରିମ କାଠିରେ । ସେଥିରେ ରହିଛି ମହାପ୍ରଭୁ ଜଗନ୍ନାଥ, କୋଣାର୍କ ମନ୍ଦିର, ଓଡ଼ିଶୀ ନୃତ୍ୟ, ଏବଂ ତା’ ସାଙ୍ଗକୁ କୋଣାର୍କ ର ଚକ୍ର । ସେହିଭଳି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ର ରହିଛି ପ୍ରତିଛବି ।

Advertisement

ସେଥିରେ ଲେଖା ଅଛି ଆମର ଦାବି ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳୁ । ତେବେ ୭୦୦ ଟଙ୍କା ଖର୍ଚ୍ଚ କରି ସେ ଏହି ଦୁଇଟି ଚିତ୍ରକଳା ନିର୍ମାଣ କରିଛନ୍ତି । ତାଙ୍କୁ ଏହା ନିର୍ମାଣ କରିବା ପାଇଁ ପ୍ରାୟ ଛଅ ରୁ ସାତ ଦିନ ସମୟ ଲାଗିଚି ବୋଲି କହିଛନ୍ତି ମନୋଜ୍ । ମନୋଜ୍ ଏ ସବୁକ ନିର୍ମାଣ କରି ସାଇତି ରଖିଛନ୍ତି ଗୋଟିଏ କାଚ ଆବଦ୍ଧ ବକ୍ସ ଭିତରେ । ଭେଟିଦେବେ ନିଜର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ।

Leave a Reply

Your email address will not be published. Required fields are marked *