Pratidin TV

Odisha's Digital News Platform

ରାଜ୍ୟ ସରକାରଙ୍କ ବଡ ଘୋଷଣା : ଖୋଲିବ ୩୬ଟି ନୂଆ ଥାନା

1 min read

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅପରାଧ । ଜନସଂଖ୍ୟା ବଢିବା ସହ ବଢିବାରେ ଲାଗିଛି ଅପରାଧ,ଚୋରୀ,ଡକାୟତି,ହତ୍ୟା,ଆତ୍ମହତ୍ୟା,ଲୁଣ୍ଠନ,ଦୁଷ୍କର୍ମ ,ସାଇବର କ୍ରାଇମ ଏପରି ଅନେକ । ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ କୁମାର ପଟ୍ଟନାୟକ ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୬ ଟି ନୂତନ ଥାନା ଖୋଲିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ଏହାକୁ ଶ୍ରୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି ।ଉକ୍ତ ୩୬ଟି ଥାନାର ପରିଚାଳନା ନିମନ୍ତେ ୫୬୩ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏହି ନୂତନ ଥାନା ଦ୍ୱାରା ରାଜ୍ୟରେ ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ମିଳିପାରିବ । ଯାହା ଦ୍ୱାରା ଓଡିଶା ଏକ ଶକ୍ତିଶାଳୀ ଓ ଅପରାଧବିହୀନ ରାଜ୍ୟ ଭାବେ ଜଣାଯିବା ।

Advertisement

ତେବେ ନୂତନ ଭାବରେ ଖୋଲିବାକୁ ଯାଉଥିବା ଥାନାଗୁଡିକ ହେଲା – ଭୁବନେଶ୍ୱର ମୈତ୍ରୀ ବିହାର , ଅନୁଗୁଳ ଜିଲ୍ଲା ବାଗେଡିଆ,ଗୋପାଳପ୍ରସାଦ,ବାଲେଶ୍ୱର ଜିଲ୍ଲାର ଗୋପାଳପୁର ଏବଂ ଅନନ୍ତପୁର ,ବରଗଡ ଗ୍ରାମାଞ୍ଚଳ,ବ୍ରହ୍ମପୁର ନିମଖଣ୍ଡି,ବଲାଙ୍ଗିରର ଲକ୍ଷ୍ମୀଜୋର ଓ ଆଗଲପୁର,ବୌଦ୍ଧର ଘଣ୍ଟାପଡା,ଦେବଗଡର ଲାଇମୁରା ,କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ ,ଜୋଡୁମ,ଭଦ୍ରେଶ୍ୱର,ଢେଙ୍କାନାଳ ମହାବୀର ରୋଡ,ଗଂଜାମର ବେଗୁନିଆପଡା ଓ କୋଟିନଡା , ଜଗତସିଂହପୁର-କୃଷ୍ଣନ୍ଦପୁର , ଯାଜପୁର -ଅଳକୁଣ୍ଡ ,ବ୍ରହ୍ମବରଦା,ଦଶରଥପୁର , ଝାରସୁଗୁଡା ଏୟାରପୋର୍ଟ ଥାନା , କଳାହାଣ୍ଡି – କର୍ଲାପାଟ,କଲମପୁର , କେନ୍ଦ୍ରାପଡା , ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ,କୁଦାନଗରୀ କୋରୁଆ , କେନ୍ଦୁଝର – ମନୋହରପୁର , ଖୋର୍ଦ୍ଧା- ନାଚୁଣୀ ,କୋରାପୁଟ –ସୁଙ୍କି ,ମାଲକାନାଗିରି ସଦର,କୋରକୁଣ୍ଡା,ମୟୁରଭଞ୍ଜ-ଭଞ୍ଜପୁର , ନବରଙ୍ଗପୁର-ମଇଦଲପୁର,ପୁରୀ-ଚାରିଛକି,ରାୟଗଡା-ରାମନାଗୁଡା, ସମ୍ବଲପୁର-ବରେଇପାଲି,ସୂବର୍ଣ୍ଣପୁର-ଲଛିପୁରଥାନା ।

Leave a Reply

Your email address will not be published. Required fields are marked *