Pratidin TV

Odisha's Digital News Platform

ଘୁର୍ଣ୍ଣିଝଡ଼ ଆସିଲା ଝାରାଖାରା କରିଦେଲା; ନେଇଗଲା ୫ ଜଣଙ୍କ ଜୀବନ

1 min read

ପଶ୍ଚିମବଙ୍ଗର ଶକ୍ତିଶାଳୀ ଘୁର୍ଣ୍ଣିଝଡ଼ ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩00 ଲୋକ ଗୁରୁତର ଆହତ ହୋଇଥିଲେ | ଜଲପାଇଗୁଡ଼ି ଜିଲ୍ଲାରେ ଏହି ଅଘଟଣ ଘଟିଛି |ଏହି ଘୁର୍ଣ୍ଣି ଝଡ଼ ହେବ ଫଳରେ ଅନେକ ଗଛ ଉପୁଡି ଯାଇ ପଡିଯାଇଥିଲା | ଏହା ବ୍ୟତୀତ କଚ୍ଚା ପକ୍କା ଘର ସହିତ ଫସଲରେ ମଧ୍ୟ ହୋଇଥିଲା ବହୁତ କ୍ଷତି |ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆହତମାନଙ୍କୁ ସମ୍ପୂଣ୍ଣ ସହାୟତା କରିବ ବୋଲି ଘୋଷଣା କରିଛି | ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି |

ପଶ୍ଚିମବଙ୍ଗ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳରେ ବର୍ଣ୍ଣିଶ, ବକାଲି, ରାଜାରହାଟ, ଜୋରପକ୍ଡି, ମାଧବଦଙ୍ଗା ଏବଂ ସାପ୍ଟିବାରୀ ରହିଛି। ବର୍ଷ ଓ ଝଡ଼ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି | ଏଥିସହ ନାଗରିକ ପ୍ରଶାସନ, ପୋଲିସ ଏବଂ ବିପର୍ଯୟ ପରିଚାଳନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି

ମମତା ବାନାର୍ଜୀ ସୋସିଆଲ ମିଡିଆରେ ପ୍ଲାଟଫର୍ମରେ ଲେଖି ପୋଷ୍ଟ କରିଥିଲେ | ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ଯାଇ ଭେଟିଥିଲେ | ଘୂର୍ଣ୍ଣିଝଡ଼ରେ ଆହତଙ୍କ ମଧ୍ୟରୁ ୩୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Leave a Reply

Your email address will not be published. Required fields are marked *