Pratidin TV

Odisha's Digital News Platform

(video)ସ୍ୱପ୍ନ ପାଇଁ ସଂଘର୍ଷ , ଟ୍ରାଫିକ୍ ଜାମରେ UPSC ପାଇଁ ପାଠ ପଢୁଛନ୍ତି ଜୋମାଟୋ ଡେଲିଭରୀ ବୟ..

1 min read

ଗୋଟିଏ ଭାଗ୍ୟର କାହାଣୀ ଭୋକରୁ ଲେଖାହୋଇପାରେ । ଗୋଟିଏ ସଫଳତାର ଯାତ୍ରା ସଂଘର୍ଷରୁ ଆରମ୍ଭ ହୋଇପାରେ । ନାହିଁ ନାହିଁର ଜୀବନରେ ଅସହାୟ ପିଲାଟିଏ ସ୍ୱପ୍ନ ଦେଖିପାରେ, ଶୂନ୍ୟରୁ ଶୀର୍ଷକୁ ଯାତ୍ରା ବି କରିପାରେ । ହଁ ଗରିବ ଆଖିବି ଆଇପିଏସ ର ସ୍ୱପ୍ନ ଦେଖିପାରେ ଆଉ ସେହି ସ୍ୱପ୍ନକୁ ବାସ୍ତବତା ରେ ପରିଣତ କରିବାକୁ ସବୁକିଛି କରିବାକୁ ସେ ପ୍ରସ୍ତୁତ ଥାଏ । ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହାକୁ ବର୍ଣ୍ଣନା କରିବାକୁ ଶବ୍ଦର ଅଭାବ ପଡୁଛି । , ଯଦି କେହି ନିଜ ଦୃଢ ଇଚ୍ଛା ଶକ୍ତି ବଳରେ ପରିଶ୍ରମ କରୁଛି ଓ ସେହି ପରିଶ୍ରମକୁ କେବେ ବୃଥା ଯିବନି । ତାହେଲେ ସେଠି ଗରିବୀ ହେଉ କି ଦୁନିଆର ଆଉ କୌଣସି ନକାରାତ୍ମକ ଶକ୍ତି ହେଉ, ହାର ମାନିବାକୁ ବାଧ୍ୟ ହୋଇଥାଏ । ପ୍ରତିକୂଳ ପରିସ୍ଥିତରେ ନିଜ ସ୍ୱପ୍ନ କୁ ଭୁଲିନି ଏ ଯୁବକ ଜଣକ । ଟ୍ରାଫିକ ରେ ଠିଆ ହୋଇବି ନିଜ ସ୍ୱପ୍ନକୁ ସାଉଁଟିବାରେ ବ୍ୟସ୍ତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଜୋମାଟୋ ଡେଲିଭରୀ ବୟ ଟ୍ରାଫିକ୍ ଜାମରେ ପାଠ ପଢୁଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ତାଙ୍କ ନିଷ୍ଠା ଏବଂ ପରିଶ୍ରମକୁ ପ୍ରଶଂସା କରୁଛନ୍ତି ।ଭିଡିଓରେ ଦେଖାଯାଉଛି କି ଡ୍ୟୁଟିରେ ଥିବା ସମୟରେ ଜଣେ ଜୋମାଟୋ ଡେଲିଭରୀ ବୟ ଟ୍ରାଫିକ୍ ଜାମରେ ଅଛନ୍ତି । ଏହି ସମୟରେ ସେ ମୋବାଇଲରେ ଅନଲାଇନରେ ପାଠ ପଢୁଛନ୍ତି । ତେବେ ଏହି ଭିଡିଓ ଦେଖି ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ତାଙ୍କୁ ପ୍ରଶଂସା କରୁଥିବା ସମୟରେ ଆଉ କିଛି କହିଛନ୍ତି କି ରାସ୍ତାରେ ଏଭଳି ଅନ୍ୟ ମନସ୍କ ହେବା ଦ୍ୱାରା ଦୁର୍ଘଟଣା ଘଟିପାରେ । ତେବେ ଭିଡିଓଟି ଭାଇରାଲ ହେବା ସହ ସମସ୍ତେ ଏହାକୁ ଲାଇକ୍ ଏବଂ ସେୟାର କରୁଛନ୍ତି ।

Leave a Reply

Your email address will not be published. Required fields are marked *