Pratidin TV

Odisha's Digital News Platform

ଅଯୋଧ୍ୟା ଆସୁଥିବା ଭକ୍ତଙ୍କୁ ନିବେଦନ , ରାମଲଲାଙ୍କ ଦର୍ଶନ ପାଇଁ ଯାଉଥିଲେ ସାଙ୍ଗରେ ନିଅନ୍ତୁ ଛତୁଆ …

ଜାନୁଆରୀ ୨୨ରେ ଅଯୋଧ୍ୟା ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏହା ପରେ ରାମଲଲାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପ୍ରତିଦିନ ଦେଢ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ହେଲେ ପବିତ୍ର ରାମ ନବମୀ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟାରେ ବହୁ ସଂଖ୍ୟାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଚଳିତ ବର୍ଷ ପବିତ୍ର ରାମ ନବମୀ ବା ରାମଙ୍କ ଜନ୍ମତିଥୀ ୧୭ ଏପ୍ରିଲରେ ଅନୁଷ୍ଠିତ ହେବ । ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପରେ ଏହା ହେଉଛି ରାମଲାଲାଙ୍କ ପ୍ରଥମ ରାମ ନବମୀ । ସେଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏପରିକି ୩ଦିନ ଯାଏଁ ୨୪ଘଣ୍ଟା ଦର୍ଶନର ସୁବିଧା ମଧ୍ୟ କରାଯାଇଛି । ଭକ୍ତଙ୍କ ସୁବିଧା ତଥା ନିରାପତ୍ତା ପାଇଁ ପ୍ରଶାସନ ତା’ର ସମସ୍ତ ବ୍ୟବସ୍ଥା କରିବା ଆରମ୍ଭ କରିସାରିଛି । ଏପ୍ରିଲ ମାସର କଠିନ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ମନ୍ଦିର ପ୍ରଶାସନ ଭକ୍ତ ମାନଙ୍କୁ ସାଙ୍ଗରେ ଛତୁଆ ଆଣି ଆସିବାକୁ କହିଛନ୍ତି । କାରଣ ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବାକୁ କାହିଁ କେତେ ଦୁରରୁ ଲକ୍ଷ ଲକ୍ଷ ଭକ୍ତ ଆସିବେ । ପ୍ରବଳ ଖରାରେ ଭକ୍ତ ମାନଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିବ । ଏପରି ପରିସ୍ଥିତିରେ ଲୋକମାନଙ୍କ ଶରୀରରେ ପୋଷକ ତତ୍ତ୍ୱ ଯେପରି କମ ନହେଉ ସେଥିପାଇଁ ମନ୍ଦିର ପ୍ରଶାସନ ସାଙ୍ଗରେ ଛତୁଆ ଆଣି ଆସିବାକୁ ଅପିଲ କରିଛି ।

Leave a Reply

Your email address will not be published. Required fields are marked *