Pratidin TV

Odisha's Digital News Platform

(video)ସିଦ୍ଧାନ୍ତଙ୍କ ଉପରେ ବର୍ଷିଲେ ମନ୍ମଥ , କହିଲେ ଦିନେ ସେ କରୁଥିଲ ନବୀନଙ୍କୁ ପ୍ରଶଂସା ..

1 min read

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଓ ସିନେତାରକାଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । କହିଛନ୍ତି ସିନେଷ୍ଟାର ମାନେ ଲୋକଙ୍କ ସେବା ନୁହେଁ ଟିକେଟ ଲୋଭରେ ବିଜେଡି ରେ ଯୋଗଦେଇଥିଲେ । ଲୋକଙ୍କ ସେବା କରିବା ଏମାନଙ୍କ ଲକ୍ଷ୍ୟ ନୁହେଁ ବରଂ ଆସନ ଲୋଭ । ଦିନେ ଯେଉଁ ଅଭିନେତା ନବୀନଙ୍କ ନାମରେ ପ୍ରଶଂସା କରୁଥିଲେ । ଆଜି ତାଙ୍କର ନିନ୍ଦା କରୁଛନ୍ତି ।

ସୂଚନା ଥାଉକି, ୨୦୦୯ ଓ ୨୦୧୪ରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୯ରେ ନିର୍ବାଚନ ଲଢି ନ ଥିଲେ । କିନ୍ତୁ ୨୦୨୪ରେ ବିଜେଡି ମୁଖିଆ ସୁଯୋଗ ଦେଲେ ନିହାତି ଲଢିବେ ବୋଲି ସେ କହିଥିଲେ । ତେବେ କିଛି ମାସ ତଳେ ସିଦ୍ଧାନ୍ତ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଥିଲେ । କିନ୍ତୁ ପରେ ନିଜକୁ ସବୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ । ହେଲେ ପରେ ସେ ନିର୍ବାଚନ ଲଢ଼ିବା ନେଇ ଇଚ୍ଛା ପ୍ରକାଶ କରିଥିଲେ ।କୁହାଯାଉଛି ଯେ, ଲୋକସଭା ହେଉ କିମ୍ବା ବିଧାନସଭାର କୌଣସି ଆସନରୁ ବିଜେଡି ସିଦ୍ଧାନ୍ତଙ୍କୁ ଟିକେଟ ନ ଦେବାରୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *