Pratidin TV

Odisha's Digital News Platform

ଧୋକାବାଜ ସ୍ତ୍ରୀ , ପ୍ରେମିକ ସହ ମିଶି ସ୍ୱାମୀର ଜୀବନ ନେଲା ..

1 min read

ଧରା ପଡ଼ିଗଲା ସତ । ପ୍ରେମିକ ସହ ମିଶି ସ୍ୱାମୀର ଜୀବନ ନେଇଗଲା ସ୍ୱାମୀ । ଯେଉଁ ସ୍ତ୍ରୀ ଦିନେ ସ୍ୱାମୀର ଶୁଭ ମନାସି ହାତରେ ଶଙ୍ଖା ଆଉ ମୁଣ୍ଡରେ ସିନ୍ଦୁର ପିନ୍ଧୁଥିଲା । ଆଜି ସେହି ସ୍ତ୍ରୀ ସ୍ୱାମୀକୁ ଜୀବନରୁ ମାରିବାକୁ ଟିକେ ବି ପଛେଇଲା ନାହିଁ । ପରକୀୟା ପ୍ରୀତି ପାଇଁ ପିଶାଚୀ ସାଜି ସ୍ୱାମୀକୁ ଜୀବନରୁ ମାରିଛି ସ୍ତ୍ରୀ । ଏପରି କେ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।

ସୂଚନାନୁଯାୟୀ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଟସିରିପୂର୍ ଗ୍ରାମରେ ଗତ ୨୯ ମାର୍ଚ୍ଚ ୨୦୨୪ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଯେଉଁଥିରେ ବାଟ ସିରିପୂର୍ ଗ୍ରାମର ଏମ ଲିଙ୍ଗରାଜୁ ଙ୍କ କେହି ଦୁବୃର୍ତ୍ତ ଗଳା କାଟି ଏକ ବିଲରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ସେହି ଘଟଣାକୁ ଗମ୍ଭୀରତାରେ ସହ ନେଇ ତଦନ୍ତ କରୁଥିଲେ । ପୋଲିସର ଛାନଭିନ୍ ପରେ ଲିଙ୍ଗରାଜୁଙ୍କୁ ତାଙ୍କ ସ୍ତ୍ରୀ ଏମ ଜୟଲକ୍ଷ୍ମି ଏବଂ ତାଙ୍କ ପ୍ରେମିକ ମିଶି ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା ।

Advertisement

ପରକୀୟା ପ୍ରୀତି ଧରାପଡ଼ିଯିବାରୁ ପ୍ରେମିକ ସହ ସ୍ତ୍ରୀ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ଅଭିଯୁକ୍ତ ପ୍ରେମିକ ଜଣକ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ମାନ୍ୟାୟମ ଜିଲ୍ଲା ବାତିଲି ଥାନା ଅନ୍ତର୍ଗତ ଦେବର୍ ବିଧି ଗ୍ରାମର ଏନ୍ ଉପେନ୍ଦ । ଏହି ଘଟଣାକୁ ନେଇ ଗଜପତି ଏସପି ସ୍ୱାତୀ ଏସ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି ଅବସରରେ ଏସ ଡି ପି ଓ ଶ୍ରୀ ମାଧବ ନାୟକ, ଗୁରାଣ୍ଡି ଥାନା ଅଧିକାରୀ ଶ୍ରୀ ରବୀନ୍ଦ୍ର ପାତ୍ର ଙ୍କ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *