Pratidin TV

Odisha's Digital News Platform

ଜେଲ୍‌ରେ କାହାକୁ ସାକ୍ଷାତ କରିବେ କେଜ୍ରିୱାଲ ? ଦେଲେ ନାମ ତାଲିକା ..

1 min read

ଅରବିନ୍ଦ କେଜ୍ରିୱାଲ, ତିହାର ଜେଲର କଏଦୀ ନମ୍ବର ୬୭୦ । ଏହା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ପରିଚୟ । ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି କେଜ୍ରିୱାଲ । ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି । ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଟିଛି ପ୍ରଥମ ରାତି । କ୍ଷମତାରେ ଥିବା ସମୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ଜେଲ ଯାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ ଗତକାଲି ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ । ତେବେ ଜେଲରେ ରହିବା ବେଳେ କେଜ୍ରିୱାଲ କେଉଁ ମାନଙ୍କୁ ଭେଟିବାକୁ ଚାହୁଁଛନ୍ତି ସେମାନଙ୍କ ନାମ ତାଲିକା ଜେଲ ପ୍ରଶାସନ ପାଖରେ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେଜ୍ରିୱାଲ ୬ଜଣଙ୍କୁ ଭେଟିବାକୁ ଚାହୁଁଛନ୍ତି। ଏଥିରେ ତିନି ଜଣ ବିଶେଷ ବନ୍ଧୁ ରହିଛନ୍ତି। ତାଲିକାରେ ପତ୍ନୀ ସୁନୀତା, ପୁଅ ପୁଲକିତ, ଝିଅ ହର୍ଷିତା, ବନ୍ଧୁ ସନ୍ଦୀପ ପାଠକ, ବନ୍ଧୁ ବିବେକ ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ନାମ ଲେଖିଛନ୍ତି। ନିୟମ ଅନୁଯାୟୀ ସମୁଦାୟ ୧୦ଜଣଙ୍କ ନାମ ଦିଆଯାଇପାରେ। ବର୍ତ୍ତମାନ ପର‌୍ୟ୍ୟନ୍ତ କେଜ୍ରିୱାଲ ୬ଜଣଙ୍କୁ ସାକ୍ଷାତ କରିବାକୁ ଚାହୁଁଥିବା ଜେଲ ପ୍ରଶାସନକୁ କହିଛନ୍ତି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଏହି ମାମଲାରେ କୋର୍ଟ କେଜ୍ରିୱାଲଙ୍କୁ ୧୫ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *