Pratidin TV

Odisha's Digital News Platform

ହାତଯୋଡି ସୁପ୍ରିମକୋର୍ଟକୁ ବିନା ସର୍ତ୍ତରେ କ୍ଷମା ମାଗିଲେ ବାବା ରାମଦେବ ..

1 min read

ହାତଯୋଡି ମାନ୍ୟବର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ବାବା ରାମଦେବ । ତାଙ୍କ ସହିତ ପତଞ୍ଜଳୀ ଆର‌୍ୟୁବେଦର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲ କ୍ରିଷ୍ଣନ ମଧ୍ୟ କ୍ଷମା ମାଗିଛନ୍ତି । ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି । ପତଞ୍ଜଳିର ବିଭ୍ରାନ୍ତକାରୀ ବିଜ୍ଞାପନ ପ୍ରସଙ୍ଗରେ ସୁପ୍ରିକୋର୍ଟରେ କ୍ଷମା ମାଗିଛନ୍ତି ଉଭୟ । ତେବେ ଉଭୟଙ୍କ କ୍ଷମାକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ । ଆପଣଙ୍କ ଦୁଃଖ ପ୍ରକାଶ କରିବା ତରିକାକୁ ଆମେ ମଞ୍ଜୁରୀ କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସୂଚନା ଅନୁସାରେ, ଜଷ୍ଟିସ ହିମା କୋହଲା ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ହୋଇଛି ।

କୋର୍ଟ ଏହି ଆଫିଡେବିଟ ବିଷୟରେ କହିବା ମାତ୍ରେ ହିଁ ଦୁହେଁ ନିସର୍ତ୍ତରେ କ୍ଷମା ପ୍ରାର୍ଥନା କରିଥିଲେ । ତେବେ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି, ଏହା କୋର୍ଟର କାର୍ଯ୍ୟ । ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ତେବେ ଉଭୟଙ୍କ କ୍ଷମାକୁ ପ୍ରତ୍ୟାଖାନ କରିଛନ୍ତି କୋର୍ଟ । ଶୁଣାଣି ସମୟରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତି, “ଆପଣଙ୍କ ମିଡିଆ ବିଭାଗ ଆପଣଙ୍କ ଠାରୁ ଆଦୌ ଭିନ୍ନ ନୁହେଁ । ଯେତେବେଳେ ଆପଣ ଏହା କଲେ ଆପଣ କଣ ଭାବୁଥିଲେ । ଗତ ବର୍ଷ ନଭେମ୍ବରରେ ମଧ୍ୟ ଆପଣଙ୍କୁ ଚେତାବନୀ ଦିଆଯାଇଥିଲା । ଏହାକୁ ଅଣଦେଖା କରି ଆପଣ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

Advertisement

ଦୁଇଟି ଆଫିଡେଭିଟ୍ ଦାଖଲ କରିବାକୁ କୁହାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କେବଳ ଗୋଟିଏ ଆଫିଡେଭିଟ୍ ଦାଖଲ କରାଯାଇଛି । ଆପଣ ଏହି ନିୟମକୁ କିପରି ବିରୋଧ କରିଛନ୍ତି । ବର୍ତ୍ତମାନ ଆପଣ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବା ଉଚିତ୍ । ଆପଣ କାହା ସହିତ କେଉଁ ପ୍ରକାରର ଯୋଗାଯୋଗ କରିଛନ୍ତି, ଆପଣଙ୍କୁ ଏଥିପାଇଁ ଉତ୍ତର ଦେବାକୁ ପଡିବ ।” ତେବେ ପତଞ୍ଜଳି ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ଆଶ୍ୱସନା ଦେଇଥିଲା ଯେ ଏହାର ଉତ୍ପାଦରେ ଔଷଧିୟ ଫଳପ୍ରଦତା କିମ୍ବା ଆଇନର ଉଲଂଘନ କରି ବିଜ୍ଞାପନ କିମ୍ବା ବ୍ରାଣ୍ଡ ଦାବି କରିବ ନାହିଁ । ଗଣମାଧ୍ୟମରେ ଔଷଧ କିମ୍ବା ଚିକିତ୍ସା ପ୍ରଣାଳୀ ବିଷୟରେ ବିବୃତି ଦେବ ନାହିଁ ।

Leave a Reply

Your email address will not be published. Required fields are marked *