Pratidin TV

Odisha's Digital News Platform

ପ୍ରତିଦିନ ଶାଢ଼ୀ ପିନ୍ଧୁଛନ୍ତି କି ? ତେବେ ସାବଧାନ ! ହୋଇପାରେ କର୍କଟ ରୋଗ

1 min read

ଭାରତରେ ଶାଢ଼ୀର ଚାହିଦା ଅଧିକ | ସମସ୍ତେ ମହିଳା ତାହା ପିନ୍ଧିବାକୁ ପସନ୍ଦ କରିଥାନ୍ତି | ଏହାହିନ୍ଦୁ ମହିଳାଙ୍କ ପାଇଁ କେବଳ ନୁହେଁ ଏହା ସବୁ ଧର୍ମର ମହିଳା ମାନେ ପିନ୍ଧିବାକୁ ପସନ୍ଦ କରିଥାନ୍ତି | ଏହା ସାଧାରଣତଃ ଭାରତରେ ହିଁ ଅଧିକ ଦେଖିବାକୁ ମିଳିଥାଏ | ତେବେ ପ୍ରତିଦିନ ବ୍ୟବହୃତ ହେଉଥିବା ଶାରୀରିକ ବସ୍ତ୍ର ପରେ ଏକ ଦୀର୍ଘକାଳୀନ ରୋଗର କାରଣ ହୋଇପାରେ ଯାହା କେବେ ଭାବି ନଥିବେ | କର୍କଟ ରୋଗ ପରି ଶ୍ସଙ୍ଘାତିକ ରୋଗ ମଧ୍ୟ ହଃହୋଇପାରେ | ଭାରତରେ ମହିଳାମାନେ ୫ ରୁ ୬ ମିଟର ଲମ୍ବା ଶାଢ଼ୀ ପିନ୍ଧି ଗର୍ବିତ ହୋଇଥାନ୍ତି | କିନ୍ତୁ ଏହା କେହି ଜାଣନ୍ତି ନାହିଁ ଏହାଦ୍ୱାରା ହୋଇପାରେ କର୍କଟ ରୋଗ |

ତେବେ ଭାରତରେ ଅତ୍ୟଧିକ ଏହି ଶାଢ଼ୀ କ୍ୟାନସର ରୋଗ ଦେଖିବାକୁ ମିଳିଥାଏ | କାରଣ ଭରତୀୟ ମହିଳା ବର୍ଷକୁ ୧୨ ମାସ ସପ୍ତାହକୁ ୭ ଦିନ ଶାଢ଼ୀ ପିନ୍ଧିଥାନ୍ତି \ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଝିଅ ଛୋଟ ବେଳୁ ଶାଢ଼ୀ ପିନ୍ଧିଥାନ୍ତି | ତେବେ ଜାଣିରଖନ୍ତୁ ହୋଇପାରେ କ୍ୟାନସର | ତେବେ ଏହି ଶାଢ଼ୀ ପିନ୍ଧିବା ପୂର୍ବରୁ ମହିଳାମାନେ ସୁତା ଦେଇ ପେଟିକୋଟ ମଧ୍ୟ ପିନ୍ଧିଥାନ୍ତି ଯାହାକୁ ଅଣ୍ଟାକୁ ବହୁ ପରିମାଣରେ ଟାଣି ରଖିଥାଏ | ଯାହା ପରେ ରୋଗର କାରଣ ହୋଇପାରେ |

Advertisement

ବର୍ତ୍ତମାନ ଦିଲ୍ଲୀର PSRI ହସ୍ପିଟାଲର କର୍କଟ ସର୍ଜନ ଡାକ୍ତର ବିବେକ ଗୁପ୍ତାଙ୍କ ଅନୁଯାୟୀ ଯଦି ଜଣେ ମହିଳା ଅନେକ ଦିନ ପର୍ଯ୍ୟନ୍ତ ଶ୍ସଧି ପିନ୍ଧୁଛନ୍ତି, ତେବେ ଏହା ଅଣ୍ଟାରେ ଘଷିବା ଆରମ୍ଭ କରିଥାଏ | ଏବଂ ଏହା କାରଣରୁ ଚର୍ମ ଫୁଲି ହୋଇଯାଏ ଏବଂ କଳା ପଡିବ ଆରମ୍ଭ କରିଥାଏ | ଏହା ସସହିତ ଏକ ପ୍ରକାର ଦାଗ ଏବଂ ଫୁଲିବା ଦ୍ୱାରା କର୍କଟ ରୋଗ ହୋଇଥାଏ | କିନ୍ତୁ ଡାକ୍ତରଙ୍କ ଅନୁସାରେ ଯଦି ଆପଣ ପରିଷ୍କାର ପରିଚ୍ଛନତା ରଖ କରନ୍ତି ତେବେ ଏହି ରୋଗ ନ ହୋଇପାରେ |

ତେବେ ଡାକ୍ତର ଅନୁସାରେ ଅତ୍ୟଧିକ ପ୍ରତିଦିନ ଶାଢ଼ୀ ପିନ୍ଧିବା ଦ୍ୱାରା ଅତ୍ୟଧିକ ଉତ୍ତାପ ଏବଂ ଆଦ୍ରତା ଦେଇଥାଏ | ସେଠାରେ କର୍କଟ ରୋଗ ବୃଦ୍ଧି ହେବାର ସମ୍ଭାବନ ଅଧିକ ଥାଏ | ତେବେ ଏପର୍ଯ୍ୟନ୍ତ ବିହାର ଏବଂ ଝାଡ଼ଖଣ୍ଡରେ ଏପରି ମାମଲା ଅଧିକ ଦେଖିବାକୁ ମିଳିଲାନି | ବର୍ତ୍ତମାନ ଭାରତରେ ସ୍ତନ କର୍କଟ ରୋଗ ମାତ୍ରା ଅଧିକ ଦେଖିବାକୁ ମିଳୁଛି | ମୁମ୍ବାଇର ଆରଏନ୍ କପୁର୍ ହସ୍ପିଟାଲରେ ମଧ୍ୟ ଏହା ଉପରେ ଗବେଷଣା କରାଯାଇଛି । ଉକ୍ତ ଗବେଷଣାରେ ଧୋତିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଜଣେ ୬୮ ବର୍ଷୀୟ ମହିଳାଙ୍କ ନିକଟରେ ଶାଢ଼ି କ୍ୟାନସର ଦେଖିବାକୁ ମିଳିଥିଲା । ସେ ୧୩ ବର୍ଷ ବୟସରୁ ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *