Pratidin TV

Odisha's Digital News Platform

ପ୍ରଶାସନର ଦମନଳୀଳା : ମାର୍କେଟ କମ୍ପେ୍ଲକ୍ସ ପାଇଁ ଜବର ଦଖଲ ଉଚ୍ଛେଦ କରାଗଲା ୫୦ ଘର

1 min read

କଟକ : ଆଜି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କଟକ ସିଡିଏରୁ । ସୂଚନା ଅନୁଯାୟୀ ଆଜି ବିଡାନାସୀ ପେଟାନାଳ ନୂଆ ସାହିରେ ଜବର ଦଖଲ ଉଚ୍ଛେଦ କରିଛି କଟକ ଉନ୍ନୟନ କତ୍ତୃପକ୍ଷ । ଲୋକମାନଙ୍କ କହିବା ଅନୁଯାୟୀ କତ୍ତୃପକ୍ଷ ପୂର୍ବରୁ କିଛି ସୂଚନା ଦେଇନଥିଲେ । ହଠାତ୍ ୨୭ ତାରିଖ ଦିନ ଏକ ପ୍ରଚାର ମାଧ୍ୟମରେ ୨୯ ତାରିଖ ଦିନ ନୂଆ ସାହିର ଦୋକାନ ଗୁଡିକୁ ଉଠାଇଦେବାକୁ ନିର୍ଦ୍ଧେଶ ଦେଇଥିଲା ।

ଉକ୍ତ ସ୍ଥାନର ବାସିନ୍ଦାମାନେ ନିଜର ଜିନିଷ ପତ୍ର ଦୋକାନ ଉଠାଇବାକୁ ୭ ଦିନ ସମୟ ମାଗିଥିଲେ । କିନ୍ତୁ ୭ ଦିନ ତ ବହୁତ ଦୂରର କଥା ଆଜି ସକାଳ ସମୟରେ ହିଁ ଉଚ୍ଛେଦନ ପକ୍ରିୟା ଆରମ୍ଭ କରିଦେଇଥିଲା ପ୍ରଶାସନ । ଏହି ସମୟରେ ନୂଆସାହିର ଲୋକେ ଏହି ଜବର ଦଖଲ ଉଚ୍ଛେଦ ପକ୍ରିୟାକୁ ପ୍ରତିବାଦ କରି ପ୍ରଶାସନ ଦ୍ୱାରା ପଠାଯାଇଥିବା ବୁଲଡୋଜର ସାମ୍ନାରେ ଲମ୍ବଖମ୍ବ ହୋଇ ଶୋଇପଡିଥିଲେ । କିନ୍ତୁ ପୋଲିସ କର୍ମୀମାନେ ସେମାନଙ୍କୁ ବଳପୂର୍ବକ ହଠାଇଦେଇ ନିଜର କାମରେ ଲାଗିପଡିଥିଲେ । ସେଠାରେ ଥିବା ଦୋକାନ ସହ ଏକ ୨୦ ବର୍ଷ ପୂରାତନ ଜଗନ୍ନାଥ ମନ୍ଦିର ଏବଂ ପ୍ରାୟ ୪୦ରୁ ୫୦ ବଖରା ଘର ମଧ୍ୟ ଧୂଳିସାତ କରିଦେଇଥିଲା ବୁଲଡୋଜର । ଦୋକାନ କଥା ପ୍ରଚାର କରି ଘର ଭାଙ୍ଗୁଥିବା ବେଳେ ଉର୍ତ୍ତେଜିତ ହୋଇପଡିଥିଲେ ଲୋକେ ।

Advertisement

ଦୀର୍ଘ ୫୦ ବର୍ଷ ଧରି ନୂଆସାହିର ବାସିନ୍ଦା ମାନେ ଉକ୍ତ ସ୍ଥାନରେ ରହିଆସୁଛନ୍ତି । କିନ୍ତୁ ସେମାନଙ୍କୁ କେଉଁଥିପାଇଁ ସେଠାରୁ ତଡିଦିଆଯାଉଛି ଏହା ଜଣାଇନଥିଲା ପ୍ରଶାସନ । ଏହା ସହ ସେମାନଙ୍କ ଥଇଥାନ ନିମନ୍ତେ ମଧ୍ୟ ଅନ୍ୟ କୌଣସି ଜାଗା ଦିଆଯାଇନି ବୋଲି ଅଭିଯୋଗ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ, ନୂଆସାହିର ଗ୍ରାମବାସୀ ମାନେ ଯିବେତ ଯିବେ କୁଆଡେ ? ରହିବେ କିପରି?ସେମାନେ ଦୀର୍ଘ ୫୦ ବର୍ଷରୁ ରହିଆସୁଥିବା ସ୍ଥାନ ତ ଛଡାଇନେଲା ପ୍ରଶାସନ ଏବେ ସେମାନେ ଜୀବନ ବିତାଇବେ କେଉଁଠି ? ନିଜ ପରିବାର ପ୍ରତିପୋଷଣ କରିବେ କେମନ୍ତି ? କିପରି ଭାବରେ ନିଜ ଭିଟାମାଟି ପାଇଁ ଆଜି ଡହଳ ବିକଳ ହେଉଥିଲେ ନୂଆସାହିର ଲୋକମାନେ ତାହା ଯେ କେତେ କଷ୍ଟକର ଯେଉଁମାନେ ନିଜ ଆଖିରେ ନଦେଖିବେ ବିଶ୍ୱାସ କରିବେନି । କିଛି ଲୋକେ ସେଠାରେ ମୁର୍ଛିତ ହୋଇଯାଉଥିବା ବେଳେ । କିଛିଲୋକ କାନ୍ଦି କାନ୍ଦି ଗଡିଯାଉଥିଲେ ସେହି ସ୍ଥାନରେ ।


ଶୁଣିବାକୁ ମିଳୁଛି ଯେ ପ୍ରଶାସନ ଉକ୍ତ ସ୍ଥାନରେ ଏକ ମାର୍କେଟ କମ୍ପେ୍ଲକ୍ସ ପାଇଁ ଆବଶ୍ୟକ ପଡୁଥିବା ୧୬ ଏକର ଜାଗା ପାଇଁ ଏହି ଉଚ୍ଛେଦ କରିଛି । ତେବେ ଆଜି ପ୍ରଥମ ପର୍ଯ୍ୟାୟରେ ୩ ଏକର ଜାଗା ଉଚ୍ଛେଦ କରାଯାଇଛି ।

Leave a Reply

Your email address will not be published. Required fields are marked *