ସ୍ତ୍ରୀକୁ ଛାଡିବାକୁ ଯାଇ ଲଗେଜ ରଖୁ ରଖୁ ବନ୍ଦ ହୋଇଗଲା ଟ୍ରେନ……ଆଉ ତା’ ପରେ କିଛି ହେଲା ଏମିତି
1 min readଏପରି ବହୁତ ଥର ହୋଇଛି ଟ୍ରେନରେ ବସିବା ପୂର୍ବରୁ ଟ୍ରେନ ଛାଡିଦିଏ, କିମ୍ବା ଟ୍ରେନରୁ ଖାଇବା ଓହ୍ଲାଇବା ପାଇଁ ତଳକୁ ଆସିଥିଲା ବେଳେ ଟ୍ରେନ ଚଡି ଦିଏ ଏବଂ ଟ୍ରେନରେ ରହିଯାଏ ଲଗେଜ | ସେହିପରି ଭାବରେ ଏଠାରେ କିଛି ଗଜବ ଘଟଣା ଗୁଜୁରାଟରେ ଘଟିଛି | ଯାହା ସାଧାରଣ ହୋଇଥିଲେ ମଧ୍ୟ କିଛି ରହିଛି କୌତୁହଳ | ତେବେ ଘଟଣାଟି ହେଉଛି ସ୍ୱାମୀ ସ୍ତ୍ରୀକୁ ଛାଡିବାକୁ ଯାଇଥିଲେ | ଟ୍ରେନ ଭିତରେ ଲଗେଜ ଲୋଡ଼ କରୁଥିବା ସମୟରେ ଟ୍ରେନର ଡୋର ବନ୍ଦ ହୋଇଯାଇଥିଲା ଏବଂ ସେ ନିଜେ ମଧ୍ୟ ଭିତରେ ରହିଯାଇଥିଲେ |
ସୂଚନା ଅନୁସାରେ, ସ୍ୱାମୀ ସ୍ତ୍ରୀ ସହ ବନ୍ଦେ ଭାରତ ଏକ୍ସପ୍ରେସରେ ଛାଡିବାକୁ ରେଳ ଷ୍ଟେସନ ଯାଇଥିଲେ | ପତ୍ନୀଙ୍କର ଲଗେଜ ଲୋଡ କରୁ କରୁ ଟ୍ରେନରେ ଲାଗିଥିବା ଅଟୋମେଟିକ ଡୋରଟି ହଠାତ ବନ୍ଦ ହୋଇଯାଇଥିଲା । ଫଳରେ ବ୍ୟକ୍ତିଜଣକ ନିଜ ପତ୍ନୀଙ୍କ ସହ ଟ୍ରେନରେ ହିଁ ରହିଯାଇଥିଲେ । ଏନେଇ ଦମ୍ପତିଙ୍କ ଝିଅ କୋଶା ଗତ ନିଜ ସୋସିଆଲ ମିଡିଆ ଆକାଉଣ୍ଟ Xରେ ପୋଷ୍ଟ କରିଥିଲେ | ଏବଂ ସେଥିରେ ନିଜ ବାପା ମା ଙ୍କ ପ୍ରିମିୟମ ଯାତ୍ରା ବିଷୟରେ ଉଲ୍ଲେଖ କରିଥିଲେ |
ସେ ପୋଷ୍ଟରେ ନିଜ ବାପା ସହ କଥା ହୋଇଥିବା whatsapp ରେ ଚାଟ ସେୟାର କରିଥିଲେ | ଏବଂ ସେଥିରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ସହ ଟ୍ରେନ ଭିତରେ ସେଲଫି ନେଇଥିବା ଫଟୋ ରହିଥିଲା | କୋଶା ନିଜ ପୋଷ୍ଟରେ ଲେଖିଥିଲେ, ତାଙ୍କ ମା ଗତ ମଙ୍ଗଳବାର ଭଦୋଦରାରୁ ମୁମ୍ବାଇକୁ ଆସୁଥିଲେ । ପ୍ରଥମ ଥର ପାଇଁ ସେ ବନ୍ଦେ ଭାରତ ଏକ୍ସପ୍ରେସରେ ବସିଥିଲେ । କୋଶାଙ୍କ ବାପା, ତାଙ୍କୁ ଛାଡ଼ିବା ନିମନ୍ତେ ଷ୍ଟେସନକୁ ଆସିଥିଲେ । ଲଗେଜଗୁଡ଼ିକ ବଡ଼ ଥିବାରୁ ତାଙ୍କ ବାପା ରଖିବାରେ ସାହାଯ୍ୟ କରୁଥିଲେ । ଠିକ ଏହି ସମୟରେ ଟ୍ରେନ ଚଡି ଦେଇଥିଲା | ଏବଂ ବାପା ରହିଯାଇଥିଲେ ଟ୍ରେନ ଭିତରେ | ପରେ ଯେତେବେଲେ ତାଙ୍କ ବାପା ଟ୍ରେନ ରୋକିବା ପାଇଁ ଟିଟି ପଖକୁ ଯାଇଥିଲେ ସେତେବେଳେ ହୋଇଯାଇଥିଲା ଡେରି | ଏବଂ ପରବର୍ତ୍ତୀ ସମୟରେ ବାପା ସୁରଟରେ ଓହ୍ଲେଯାଇଥିଲେ | ଏହାକୁ କୋଶା ପ୍ରିମିୟମ ଯାତ୍ରା ଭାବରେ ଲେଖି ଘଟଣା ବର୍ଣନା କରିଛନ୍ତି | ଏହି ଘଟଣାଟି ସୋସିଆଲ ମିଡିଆରେ ଏପ୍ରିଲ ୨ କୋଶା ନିଜେ ପୋଷ୍ଟ କରିଥିଲେ | ତେବେ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହବାରେ ଲାଗିଛି |