Pratidin TV

Odisha's Digital News Platform

ଯାତ୍ରୀଙ୍କ ଉନ୍ମତ କାଣ୍ଡ , ଟିକେଟ ମାଗିବାରୁ ଟିଟିଇଙ୍କୁ ଚଳନ୍ତା ଟ୍ରେନରୁ ଦେଇଦେଲେ ଧକ୍କା ..

1 min read

ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିଲେ ଯାତ୍ରୀ । ଆଉ ଯେତେବେଳେ ସେହି ଯାତ୍ରୀଙ୍କୁ ଟିକେଟ ମାଗିଲେ ସେ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଇଥିଲେ ଯାତ୍ରୀ । ଫଳରେ ଚାଲିଯାଇଛି ଟିଟିଇଙ୍କ ଜୀବନ । ଏମିତି ଏକ ହୃଦୟ ବିଦାରକ ଘଟଣା କେରଳର ଥ୍ରୀସୁରରୁ ସାମ୍ନାକୁ ଆସିଛି ।

ମଙ୍ଗଳବାର ଦିନ ବିନା ଟିକେଟ୍ ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରୁ ଏକ ଟିଟିଇ କୁ ଠେଲି ଦେଇଥିବାର ଅଭିଯୋଗ ହୋଇଛି । ସୂଚନାନୁସାରେ ଏର୍ଣ୍ଣାକୁଲମ-ପାଟନା ସୁପରଫାଷ୍ଟ ଏକ୍ସପ୍ରେସରେ । ଏସ-୧୧ ବଗିରେ ଟିଟିଇ ବିନୋଦ ଏକେ ଜଣେ ଯାତ୍ରୀଙ୍କୁ ଟିକେଟ୍ ମାଗିଥିଲେ । ଏଥିରେ ଯାତ୍ରୀ ଜଣକ ଟିକେଟ୍ ନଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଉତ୍ୟକ୍ତ ହୋଇ ଯାତ୍ରୀ ଜଣକ ବିନୋଦଙ୍କୁ ଧକ୍କା ମାରିଥିଲେ । ଯାହାଦ୍ୱାରା ବିନୋଦ ଟ୍ରେନରୁ ଖସି ପଡ଼ିଥିଲେ । ଆଉ ତାଙ୍କର ଏଥିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ମୁଲାଗୁନ୍ନାଥୁକାବୁ ଏବଂ ୱଡକ୍କନଚେରୀ ରେଲୱେ ଷ୍ଟେସନ ମଧ୍ୟ ହୋଇଥିବା କୁହାଯାଉଛି । ପୋଲିସ କହିଛି ଯେ ଅଭିଯୁକ୍ତ ଜଣେ ପ୍ରବାସୀ ଶ୍ରମିକ ଏବଂ ତାଙ୍କୁ ପାଲକ୍କଡରୁ ଗିରଫ କରାଯାଇଛି ।

Advertisement

ମୃତ ଟିଟିଆଇ କେରଳ ରାଜ୍ୟର କେ. ବିନୋଦ ହୋଇଥିବା ଜଣାପଡିଛି । ଅନ୍ୟପଟେ ଯାତ୍ରୀଜଣକ ଓଡ଼ିଶାର ରଜନୀକାନ୍ତ ହୋଇଥିବା ଜଣାପଡିଛି । ସେ ଜଣେ ଦାଦନ ଶ୍ରମିକ ଭାବେ କେରଳରେ କାମ କରୁଥିବା ସୂଚନା ରହିଛି । ଟ୍ରେନରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଯାତ୍ରୀମାନେ ଅଭିଯୁକ୍ତକୁ କାବୁ କରି ପାଲକ୍କାଡ ରେଲୱେ ପୋଲିସ ଅଧିନରେ ଦେଇଥିଲେ । ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ କାବୁ କରିବା ସହ ଗିରଫ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *