Pratidin TV

Odisha's Digital News Platform

ଆସିଲା ‘ଫୋର୍ବସ୍‌’ ଧନୀ ତାଲିକା , ଧନୀ ତାଲିକାରେ ଶୀର୍ଷରେ ଅମ୍ବାନୀ , ପଛରେ ପଡିଲେ ଆଦାନୀ ..

1 min read

ଆସିଲା ଫୋର୍ବସ୍ ୨୦୨୪ର ଧନୀତାଲିକା । ଯେଉଁ ତାଲିକାରେ ଅମ୍ବାନୀ ଉପରକୁ ଉଠିଥିବା ବେଳେ ଆଦାନୀ ତଳକୁ ଖସିଛନ୍ତି । ଏହାସହ ଅମ୍ବାନୀ ଏସିଆର ସବୁଠୁ ବଡ ଧନୀ ଭାବେ ଉଭା ହୋଇଛନ୍ତି । ଅନ୍ୟପଟେ ଆଦାନୀ ଗ୍ରୁପ୍ ଧନୀ ତାଲିକାର ୨ ନମ୍ବରରେ ରହିଛନ୍ତି । ଫୋବର୍ସ ତାଲିକା ଅନୁଯାୟୀ ଏସିଆର ବଡ ଧନୀ ସାଜିଥିବା ମୁକେଶ ଅମ୍ବାନୀ ବିଶ୍ୱର ଟିପ-୧୦ ଧନୀ ତାଲିକାର ୯ମ ସ୍ଥାନରେ ରହିଛନ୍ତି । ମୁକେଶଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮୩.୪ ରୁ ୧୧୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହା ସହିତ ମୁକେଶ ଅମ୍ବାନୀ ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଥିବା ପ୍ରଥମ ଏସୀୟ ହୋଇଛନ୍ତି । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ସ୍ଥାନ ନବମ ସ୍ଥାନରେ ରହିଛି । ସେ ଉଭୟ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ।

ଏହାସହିତ ଗୌତମ ଆଦାନିଙ୍କ ଫୋବର୍ସ ତାଲିକାରେ ସମ୍ପତି ମଧ୍ୟ ବୃଦ୍ଧି ପାଇଛି । ଗତ ବର୍ଷ ସେ ୨୪ ନମ୍ବରରେ ଥିବା ବେଳେ ଚଳିତ ବର୍ଷ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।ତେବେ ଚଳିତ ବର୍ଷ ଏହି ତାଲିକାରେ ୨୦୦ ଜଣ ଭାରତୀୟଙ୍କ ନାମ ରହିଛି । ଗତ ବର୍ଷ ତୁଳନାରେ ୩୧ ଜଣ ଅଧିକ ଲୋକଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି ।ଏହି ୨୦୦ ଜଣ ଭାରତୀୟଙ୍କର ମିଳିତ ଧନ ୯୫୪ ବିଲିୟନ ଡ଼ଲାର ଅଟେ, ଯାହା ଗତ ବର୍ଷର ୬୭୫ ବିଲିୟନ ଡ଼ଲାର ତୁଳନାରେ ୪୧% ଅଧିକ । ଏହି ତାଲିକାରେ ଶୀର୍ଷରେ ମୁକେଶ ଅମ୍ବାନୀ ରହିଥିବା ବେଳେ । ତାଙ୍କ ପଛକୁ ଗୌତମ ଆଦାନୀ ରହିଛନ୍ତି ।

Advertisement

ସେ ତାଙ୍କର ମୋଟ ସମ୍ପତ୍ତିରେ ଅଧିକ ୩୬.୮ ବିଲିୟନ ଡଲାର ଯୋଡିଛନ୍ତି । ବର୍ତ୍ତମାନ ସେ ୮୪ ବିଲିୟନ ଡଲାର ମୂଲ୍ୟ ସମ୍ପତ୍ତିର ମାଲିକ ହେବା ସହ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ୧୭ ତମ ସ୍ଥାନରେ ଅଛନ୍ତି । ତା ସହିତ ସାବିତ୍ରୀ ଜିନ୍ଦଲ ସବୁଠୁ ଧନୀ ମହିଳା ଅଟନ୍ତି । ଯିଏକି ବର୍ତ୍ତମାନ ଭାରତର ଚତୁର୍ଥ ଧନୀ ମହିଳା । ଗତ ବର୍ଷ ଷଷ୍ଠ ସ୍ଥାନରେ ଥିବା ବେଳେ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୩୩.୫ ବିଲିୟନ ଡ଼ଲାର୍ । ତେବେ ଚଳିତ ବର୍ଷ ଏହି ତାଲିକାରୁ ବାୟଜୁ ରବିନ୍ଦ୍ରନ୍ ଏବଂ ରୋହିକା ମିସ୍ତ୍ରୀ ବାଦ ପଡିଛନ୍ତି । ତେବେ ଫୋର୍ବସ ଜାରୀ କରିଥିବା ତାଲିକାରେ ଭାରତର ଦଶ ଜଣ ଶ୍ରେଷ୍ଟ ଧନୀ ମାନେ ହେଲେ :

ମୁକେଶ ଅମ୍ବାନୀ- ୧୧୬ ବିଲିୟନ ଡଲାର
ଗୌତମ ଆଦାନୀ- ୮୪ ବିଲିୟନ ଡଲାର
ଶିବ ନାଦର- ୩୬.୯ ବିଲିୟନ ଡ଼ଲାର
ସାବିତ୍ରୀ ଜିନ୍ଦଲ- ୩୩.୫ ବିଲିୟନ
ଦିଲୀପ ଶାଙ୍ଗଭି- ୨୬.୭ ବିଲିୟନ
ସାଇରସ୍ ପୁନାୱାଲା – ୨୧.୩ ବିଲିୟନ ଡ଼ଲାର୍
କୁଶଲ ପାଲ ସିଂ- ୨୦.୯ ବିଲିୟନ ଡଲାର ।
କୁମାର ବିର୍ଲା – ୧୯.୭ ବିଲିୟନ ଡ଼ଲାର ।
ରାଧାକୀଶନ୍ ଦାମନୀ- ୧୭.୬ ବିଲିୟନ ଡ଼ଲାର୍ ।
ଲକ୍ଷ୍ମୀ ମିତ୍ତଲ- ୧୬.୪ ବିଲିୟନ ଡ଼ଲାର୍ ।

Leave a Reply

Your email address will not be published. Required fields are marked *