Pratidin TV

Odisha's Digital News Platform

ଜେଲ୍‌ରେ କାଟିଲେ ଅପରାଧିଙ୍କ ତଣ୍ଟି

1 min read

ଭୁବନେଶ୍ୱର : ଜେଲ ଭିତରେ ଆକ୍ରମଣର ଶିକାର ହେଲେ ଅପରାଧୀ । ସୂଚନା ଅନୁଯାୟୀ ଗତ ୨୩ ତାରିଖ ଦିନ ପୁରୀ ସମୁଦ୍ର କୂଳ ନିକଟରେ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ଧିରେନ୍ଦ୍ରନାଥ ବା ପପୁ ବରାଲଙ୍କୁ ପୋଲିସ ବିଚାରଧୀନ ବନ୍ଦି ଭାବରେ ଜେଲରେ ରଖିଥିଲା । ଅପରାଧୀ ପପୁ ପୁରୀ ଜେଲ୍ ଆସିବାର ୧ ସପ୍ତାହେ ନପୂରୁଣୁ ତାଙ୍କ ଉପରକୁ ଆଜି ଏକ ମରଣାତ୍ମକ ଆକ୍ରମଣ କରାଯାଇଛି । ଯେଉଁଥିରେ ତାଙ୍କୁ ଗଳା କାଟି ହତ୍ୟା କରାଯିବାକୁ ପ୍ରୟାଶ କରାଯାଇଥିଲା । ନିଜର ସ୍ୱଭାଗ୍ୟ ବସତଃ ପପୁ ଗୁରୁତର ଅବସ୍ଥାରେ ପୋଲିସ ନଜରକୁ ଆସିଯାଇଥିଲେ । ଏହାପରେ ପୋଲିସ କତ୍ତୃପକ୍ଷ ତାଙ୍କୁ ନିକଟସ୍ଥ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ଆଶ୍ଚର୍ଯ୍ୟର କଥା ଯେ ପପୁଙ୍କୁ କିଏ ଏପରି ଆକ୍ରମଣ କଲା ଓ କାହିଁକି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ଉକ୍ତ ଥାନାରେ ସିସିଟିଭି ନଥିବା ଯୋଗୁ ପୋଲିସ ମଧ୍ୟ ଅଭିଯୁକ୍ତଙ୍କୁ ଖୋଜି ବାହରକରିବାରେ ମିଷ୍ଫଳ ହୋଇଛି । ତେବେ ପୋଲିସ ଅନୁମାନ କରିଛି ଯେ ପପୁଙ୍କ କେହି ପୁରୁଣା ଶତ୍ରୁ ଏପରି କରିଥିବା । ଏନେଇ ପୋଲିସ ସେଠାରେ ତଦନ୍ତ ଆରମ୍ଭ କରି ଜେଲ ମଧ୍ୟରେ ଖୋଜାଖୋଜି ଚଲେଇଛି ।

Advertisement

Leave a Reply

Your email address will not be published. Required fields are marked *