Pratidin TV

Odisha's Digital News Platform

ଖେଳୁ ଖେଳୁ ଗାଏବ ହୋଇଗଲା ୨ବର୍ଷର ଶିଶୁ…..ବୋରୱେଲରୁ ଆସିଲା କଅଁଳ କାନ୍ଦ ଶବ୍ଦ

1 min read

ବୋରୱେଲ ସହ ଜଡିତ ଘଟଣା ଦେଶର ଅନେକ ସ୍ଥାନରେ ଅନେକ ଥର ସାମ୍ନାକୁ ଆସିଛି। ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଛି। ମ୍ୟୁନିସିପାଲିଟି କର୍ପୋରେସନ୍ କିମ୍ବା ସ୍ଥାନୀୟ ସଂସ୍ଥା ଏଭଳି ମାମଲା ସାମ୍ନାକୁ ଆସିବା ପରେ ଭବିଷ୍ୟତରେ ସତର୍କତା ଅବଲମ୍ବନ କରିବା ଏବଂ ବୋରୱେଲକୁ ଅଧିକ ସୁରକ୍ଷିତ କରିବା ପାଇଁ ଦାବି କରାଯାଇଛି। ଏହି ସମସ୍ତ ଦାବି ମଧ୍ୟରେ, ଏକ ନିରୀହ ଶିଶୁ ହସଖୁସିରେ ଘର ବାହାରେ ଖେଳୁଥିଲା | ମା ମଧ୍ୟ ପିଲାକୁ ସଜବାଜ କରି ଘର ବାହାରକୁ ଖେଳିବାକୁ ଛାଡିଥିଲା | ହେଲେ ଜାଣି ନଥିଲେ ଏହାର ପରା ସମୟ କଣ ହେବ | ଘଟିଗଲା ଅଘଟଣ | ଶିଶୁର ବୟସ ୨ ବର୍ଷ ବୋଲି ଜଣାପଡିଛି |

ସୂଚନାନୁସାରେ, କର୍ଣ୍ଣାଟକର ବିଜୟପୁରା ଜିଲ୍ଲାର ଇଣ୍ଡି ତାଲୁକର ଲାଖାୟାନ ଗ୍ରାମରେ ବୁଧବାର ସନ୍ଧ୍ୟାରେ ୨ ବର୍ଷର ଶିଶୁ ଏକ ବୋରୱେଲରେ ପଡ଼ିଯାଇଥିଲା। ପୋଲିସ ଏହି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ କହିଛି ଯେ ପିଲାଟି ୧୬ ଫୁଟ ଗଭୀର ବୋରୱେଲରେ ପଡିଯାଇଛି ଏବଂ ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। କୁହାଯାଉଛି ଯେ ପିଲାଟି ଘର ବାହାରେ ଖେଳୁଥିବା ସମୟରେ ବୋରୱେଲରେ ପଡ଼ିଯାଇଥିଲା।

Advertisement

ହଠାତ୍ କାନ୍ଦୁଥିବା ଶବ୍ଦ ଶୁଣିବାକୁ ମିଳିଥିଲା। ଏହି କାନ୍ଦିବାର ଶବ୍ଦ ଶୁଣିବା ପରେ କେହି ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ ଜଣାଇଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ସନ୍ଧ୍ୟା ପ୍ରାୟ ୬ଟା ୩0 ରେ ଶିଶୁକୁ ବଞ୍ଚାଇବା ପାଇଁ ଅପରେସନ୍ ଆରମ୍ଭ ହୋଇଥିଲା। ଶିଶୁକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ପିଲାଟିର କୌଣସି ଶବ୍ଦ ଶୁଣା ଯାଉ ନଥିବା ବେଳେ ଭିତରେ କିନ୍ତୁ କିଛି ହଲଚଲ ହେଉଥିବା ଜଣାପଡ଼ୁଛି। ଛୁଆଟିର ନିଶ୍ୱାସ ନେବାରେ ଯେପରି କିଛି କଷ୍ଟ ନ ହୁଏ ସେଥି ନିମନ୍ତେ ତୁରନ୍ତ ଭିତରକୁ ଅକ୍ସଜେନ ପାଇପ୍‌ ଛଡ଼ା ଯାଇଛି। ଏଥିସହ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।

Leave a Reply

Your email address will not be published. Required fields are marked *