Pratidin TV

Odisha's Digital News Platform

କ୍ୟାପଟେନ୍ସି ପଦ ଛାଡିବେ ହାର୍ଦ୍ଦିକ ପାଣ୍ଡ୍ୟା , କିଏ ଧରିବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ।

1 min read

ଏଯାଏଁ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପରଫୋମାନ୍ସ ଖରାପ୍ ଚାଲିଛି । ୫ ଥର ଟୁର୍ନାମେଣ୍ଟ ଜିତିଥିବା ଟିମ୍ ପ୍ରାରମ୍ଭିକ ୩ ମ୍ୟାଚ୍ରେ ପରାଜିତ ହୋଇଛି। ଦଳ ଚଳିତ ସିଜନରେ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଇଥିଲା। ଟିମ୍ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି । କାରଣ ଦଳରେକିଛି ପରିବର୍ତ୍ତନ କଲେ ଦଳ ଆହୁରୀ ଆଗକୁ ବଢିବ ଭାବି ମ୍ୟାନେଜମେଣ୍ଟ ଚିନ୍ତା କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛିବି ପରିବର୍ତ୍ତନ ଦେଖାଯାଇନାହିାଁ ବରଂ ଦଳ ଏଯାଏଁ ଗୋଟିଏ ପଏଣ୍ଟ ବି ହାସଲ କରିପାରିନାହିଁ। ଗୁଜରାଟର ଅଧିନାୟକ ଭାବେ ପାଣ୍ଡ୍ୟାଙ୍କ ରେକର୍ଡ ପ୍ରଶଂସନୀୟ ଥିଲା। ହେଲେ ଏବେ ନୂଆ ଟିମ୍ର ନେତୃତ୍ୱ ନେବାରେ ସେ ଫେଲ୍ ହେବା ପରି ମନେ ହେଉଛନ୍ତି।

ଏଭଳି ସ୍ଥିତିରେ ରୋହିତ ଶର୍ମାଙ୍କୁ ପୁଣିଥିରେ ମୁମ୍ବାଇ ଇଣ୍ଡଆନ୍ସର ଅଧିନାୟକ ଦାୟିତ୍ୱ ଦିଆଯାଇପାରେ। ଏପରି କହିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମନୋଜ ତିୱାରୀ। ଆଇପିଏଲ ଯାତ୍ରାରେ ସର୍ବାଧିକ ଟାଇଟଲ୍ ହାସଲ କରିଥିବା ମୁମ୍ବାଇ ଚଳିତ ସିଜିନରେ ଲଗାତାର ତିନିଟି ମ୍ୟାଚ୍ ହାରିବା ପରେ ଏପରି କହିଛନ୍ତି ତିୱାରୀ।

Advertisement

୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଗୁଜରାଟ ଟାଇଟନ୍ସ କ୍ୟାପ୍ଟେନ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ଦଳକୁ କ୍ୟାପ୍ଟେନ ଭାବେ ଫେରିଛନ୍ତି। ସେ ରୋହିତଙ୍କ ପରିବର୍ତ୍ତେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଦାୟିତ୍ୱ ତୁଲାଉଛନ୍ତି। କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଦଳର ସ୍ଥିତି ଦୁର୍ବଳ ରହିଛି। ମୁମ୍ବାଇ ପ୍ରଥମ ମ୍ୟାଚ୍ ଗୁଜରାଟ ଏବଂ ଦ୍ୱିତୀୟଟି ହାଇଦ୍ରାବାଦଠାରୁ ହାରିଥିଲା।ଗତକାଲି ଘରୋଇ ମାଟି ୱାଙ୍ଖେଡରେ ରାଜସ୍ତାନ ବିପକ୍ଷରେ ମ୍ୟାଚ୍ ଥିଲା, ଏଥିରେ ମଧ୍ୟ ମୁମ୍ବାଇ ଅତି ଶୋଚନୀୟ ଭାବେ ପରାଜିତ ହୋଇଛି। ମୁମ୍ବାଇର ଏପରି ବପର୍ଯ୍ୟୟ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ସମାଲୋଚନା କରାଯାଉଛି।

ଯଦି ପାଣ୍ଡ୍ୟା ଫେଲ ହୁଅନ୍ତି, ଚାପକୁ ଠିକ୍ ଭାବେ ତୁଲାଇପାରନ୍ତେ ନାହିଁ ତେବେ ସେ ଅଧିନାୟକ ପଦ ଛାଡ଼ିପାରନ୍ତି। ନଚେତ ମ୍ୟାନେଜମେଣ୍ଟ ମଧ୍ୟ ତାଙ୍କୁ ହଟାଇପାରେ। ଏଭଳି ସ୍ଥିତିରେ ତାଙ୍କ ସ୍ଥାନରେ ମୁମ୍ବାଇର ଅଧିନାୟକ କିଏ ହେବ ତାହାକୁ ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପଦ ଲାଗି କିଛି ଦାବିଦାର ବାହାରିଛନ୍ତି,ଯିଏ ବିଜେତା ଟିମ୍ର ନେତୃତ୍ୱ ନେଇପାରିବେ।

ରୋହିତ- ମୁମ୍ବାଇର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ସେ। ସେ ୫ ଥର ଦଳକୁ ଟୁର୍ନାମେଣ୍ଟରେ ବିଜେତା କରାଇଛନ୍ତି। ଏଣୁ ଯଦି ହାର୍ଦ୍ଦିକ ଫେଲ ହୁଅନ୍ତି ତେବେ ପୁଣିଥରେ ରୋହିତଙ୍କୁ ନେତୃତ୍ୱ ମିଳିପାରେ ବୋଲି କୁହାଯାଉଛି।
ଜସପ୍ରିତ ବୁମ୍ରା: ବୁମ୍ରା ରୋହିତଙ୍କ ପରେ ମୁମ୍ବାଇର ସର୍ବଠାରୁ ପୁରୁଣା ଖେଳାଳି। ଆଇପିଏଲ୍ ୨୦୨୪ରେ ଟିମ୍ର ଉପଅଧିନାୟକ ମଧ୍ୟ ସେ ଅଛନ୍ତି। ସେ ଭଲ ବୋଲିଂ ସହ ନେତୃତ୍ୱ ନେବାର ଅନୁଭବ ରଖିଛନ୍ତି। ଏମିତିରେ ପାଣ୍ଡ୍ୟା ପଦ ଛାଡ଼ିଲେ ବୁମ୍ରା ତାଙ୍କ ସ୍ଥାନ ନିମନ୍ତେ ପ୍ରଥମ ପସନ୍ଦ ହୋଇପାରନ୍ତି।
-ତିଳକ ବର୍ମା: ତିଳକ ଯୁବ କ୍ରିକେଟର ଭାବେ ନିଜର ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏବେ ସେ ମୁମ୍ବାଇ ବ୍ୟାଟିଂରେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଏମ୍ଆଇର ମ୍ୟାନେଜମେଣ୍ଟ ଯଦି ଚେନ୍ନାଇ ଭଳି ଜଣେ ଯୁବ ଖେଳାଳିଙ୍କୁ ଦାୟିତ୍ୱ ଦେବା କଥା ବିଚାର କରେ ତେବେ ତିଳକ ସେହି ଭୂମିକାରେ ଫିଟ୍ ସାବ୍ୟସ୍ତ ହେବେ ବୋଲି କୁହାଯାଉଛି।
-ସୂର୍ଯ୍ୟକୁମାର ଯାଦବ: ସୂର୍ଯ୍ୟକୁମାର ଟି୨୦ର ସବୁଠାରୁ ଅନୁଭବ ଖେଳାଳି। ସେ ସବୁଦିଗରୁ ଶଟ୍ ମାରିବାକୁ ସକ୍ଷମ। ଏବେ ସେ ଏନ୍ସିଏରେ ଫିଟ୍ ସାର୍ଟିଫିକେଟ ପାଇବାକୁ ଅପେକ୍ଷା କରିଛନ୍ତି। ଏଯାବତ ସେ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି। ହେଲେ ଗତ ବର୍ଷ ସେ ଦଳର ନେତୃତ୍ୱ ନେଇଛନ୍ତି। ଏମିତିରେଯଦି ସେ ଫିଟ୍ ହୋଇଯାଆନ୍ତି ତେବେ ମୁମ୍ବାଇ ତାଙ୍କୁ ଅଧିନାୟକ କରିବା ଉପରେ ବିଚାର କରିପାରେ।

Leave a Reply

Your email address will not be published. Required fields are marked *