Pratidin TV

Odisha's Digital News Platform

ପିଇବା ପାଣି ଟାଙ୍କିରେ ଉଦ୍ଧାର ହେଲା ୩୦ ମାଙ୍କଡଙ୍କ ମୃତଦେହ……ପିଉଥିଲା ୨ଶହ ପରିବାର

1 min read

ତେଲେଙ୍ଗାନାର ହାଇଦ୍ରାବାଦରେ ଆସିଛି ସମ୍ବେଦନଶୀଳ ମାମଲା । ଏଠାରେ ଥିବା ପାଣି ଟାଙ୍କିରେ ପ୍ରାୟ ୩0 ମାଙ୍କଡ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା | ଯେତେବେଳେ ,ଲୋକମାନେ ଅଭିଯୋଗ କରିଥିଲେ ଯେ ଦୂଷିତ ଜଳ ସେମାନଙ୍କୁ ଯୋଗା ଯାଉଛି | ଏହାପରେ ଟାଙ୍କିର ଯାଞ୍ଚ କରିବା ପର ଜାଣିବାକୁ ମିଳିଥିଲା ଯେ , ଏହି ଟାଙ୍କିରେ ପଡିଥିଲା ୩0ଟି ମାଙ୍କଡଙ୍କ ମୃତଦେହ |

ସୂଚନା ଅନୁସାରେ, ଏହି ମାମଲା ହାଇଦ୍ରାବାଦର ନାଲଗୋଣ୍ଡା ଅଞ୍ଚଳର ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ୱାର୍ଡର ଅଟେ। ଏଠାରେ ରହୁଥିବା ଲୋକମାନେ ଦୂଷିତ ଜଳ ଯୋଗାଇ ଦିଆଯାଉଥିବା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏବଂ ଏହାର ପାଣି ବହୁ ଦୁର୍ଗନ୍ଧ ହୋଇଥାଏ | ଏହି ଅଭିଯୋଗ ପରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ | ପରେ ଯାଞ୍ଚ ପରେ ଜାଣିବାକୁ ମିଳିଥିଲା | ତେବେ ସେହି ପାଣି ଟାଙ୍କିରୁ ପାଣି ବ୍ୟବହାର କରିଥିବା ୨ଶହ ପରିବାରର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisement

ତେବେ ଏହି ତାତି ଖରା ଦିନରେ ବୁନ୍ଦେ ବୁନ୍ଦେ ପାଣି ପାଇଁ ହେଉଛନ୍ତି ଡହଳବିକଳ ତେଣୁ ଏହି ଅସହ୍ୟ ଖରା ଗରମ ପାଇଁ ମାଙ୍କଡ଼ମାନେ ଏହି ଟାଙ୍କି ପାଖକୁ ପାଣି ପିଇବା ପାଇଁ ଆସୁଥିବା ନେଇ ଅନୁମ୍ନ କାର୍ରଯାଉଛି | ଟାଙ୍କି ଉପରେ ଘୋଡ଼ା ଯାଇଥିବା ଟିଣ ବାଟ ଦେଇ ଭିତରେ ପଶିଥିବା ମ୍ୟୁନିସିପାଲଟି କର୍ମଚାରୀ ଅନୁମାନ କରୁଛନ୍ତି। ଏହା ଏକ ମ୍ୟୁନିସିପାଲିଟି ଟାଙ୍କି ହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।ତେବେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *