Pratidin TV

Odisha's Digital News Platform

ଆଶ୍ଚର୍ଯ୍ୟ ! ପେଟ ଭିତରୁ ମିଳିଲା ୩ କୋଟିର ସୁନା , ସତ ଜାଣିଲେ ଉଡିଯିବ ହୋସ୍ ..

1 min read

କେବେ ଶୁଣିଛନ୍ତି କି ? ପେଟ ଭିତରୁ ବାହାରିଲା ସୁନା । ନିଶ୍ଚିତ ଭାବେ ଏ ପ୍ରଶ୍ନର ଉତ୍ତର ନା ହିଁ ଆସିବ । କାରଣ ପେଟ ଭିତରୁ ସୁନା ଏହା କେମିତି ସମ୍ଭବ । ହେଲେ ଏହି ଅସମ୍ଭବ ବି ସମ୍ଭବ ହୋଇଛି ପେଟ ଭିତରୁ ବାହାରିଛି କୋଟି କୋଟି ଟଙ୍କାର ସୁନା । ଏକଥା ହୁଏତ ଆପଣ ବିଶ୍ୱାସ ନକରିପାରନ୍ତି ହେଲେ ଏହା ସତ ।

ଏ ଘଟଣା ପଛରେ ରହିଥିବା ବାସ୍ତବତା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ରୁ । ସୂଚନାନୁଯାୟୀ ଏପ୍ରିଲ ୧ରେ ଶାରଜାହାରୁ ଏକ ବିମାନ ଆସି ଲକ୍ଷ୍ନୌ ରେ ଅବତରଣ କରିଥିଲା । ଯେଉଁଥିରେ କିଛି ଚୋରାଚାଲାଣକାରୀ ଉପସ୍ଥିତ ଥିଲେ । କଷ୍ଟମ ବିଭାଗ ସେମାନଙ୍କ ନିକଟରୁ ୩ କୋଟି ଟଙ୍କାର ବେଆଇନ ସିଗାରେଟ୍ ଜବତ କରିଥିଲେ । ଆଉ ଯେତେବେଳେ ସୋମାନଙ୍କୁ ଏ ନେଇ ଅଧିକ ପଚରାଉଚରା କରାଯାଇଥିଲା , ସେତେବେଳେ ସେମାନେ ପେଟରେ ସୁନା ଆଣୁଥିବା ଜଣାପଡିଥିଲା ।

Advertisement

ହଠାତ୍ ଜଣେ ଲୁଟେରାଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଥିଲା । ଯାହାର ସୁଯୋଗ ନେଇ ୩୦ ଜଣ ଲୁଟେରା ଖସି ଯିବାରେ ସଫଳ ହୋଇଥିଲେ । ଏହାକୁ ନେଇ କଷ୍ଟମ ବିଭାଗର ସହାୟକ ଆୟୁକ୍ତ ଏକ ମାମଲା ରୁଜ୍ଜୁ କରିଥିଲେ । ଏମାନଙ୍କ ନିକଟରୁ କଷ୍ଟମ ବିଭାଗ ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା । ଜବତ ହୋଇଥିବା ସୁନାର ମୂଲ୍ୟ ୩ କୋଟି ୧୨ ଲକ୍ଷ ୬୦ ହଜାର ଟଙ୍କା ହୋଇଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *