Pratidin TV

Odisha's Digital News Platform

ସାବାସ୍ ପୋଷ୍ଟମାଷ୍ଟର , ନିଜ ଦରମାରୁ ଘର ଭଡା ନେଇ ଖୋଲିଲେ ପୋଷ୍ଟ ଅଫିସ …

1 min read

ସମାଜପାଇଁ ଉଦାହରଣ ସାଜିଲେ ପୋଷ୍ଟମାଷ୍ଟର । ନିଜ ଦରମା ଟଙ୍କାରେ ଲୋକଙ୍କ ପାଇଁ ଖୋଲିଲେ ପୋଷ୍ଟ ଅଫିସ୍ । ଯାହାକୁ ଦେଖିବା ପରେ ଲୋକ କହୁଛନ୍ତି ସାବାସ୍ ପୋଷ୍ଟମାଷ୍ଟର । ଆଜି ୫ଜି ଜମାନରେ ଲୋକେ ପୋଷ୍ଟ ଅଫିସ ବା ଡାକଘରକୁ ଭୁଲି ଗଲେଣି । ଆଗରୁ ନିଜ ହାତରେ ଲେଖି ଚିଠି ଡାକଘର କୁ ଯାଇ ଚିଠି ନିଜ ସମ୍ପର୍କୀୟ ମାନଙ୍କୁ ଚିଠି ପଠାଉଥିଲେ । କିନ୍ତୁ ଏବେ ଆଉ ସେସବୁ ଦେଖିବାକୁ ମିଳୁନି । କାରଣ ବର୍ତ୍ତମାନ ସ୍ମାର୍ଟ ଯୁଗରେ ସମସ୍ତ ଙ୍କ ହାତରେ ରହିଛି ଗୋଟେ ଗୋଟେ ସ୍ମାର୍ଟ ଫୋନ, ତା ସହିତ ଗୋଟିଏ ମିନିଟ ରେ ମେସେଜ କରି ଖବର ଦିଆ ନିଆ ହୋଇ ଯାଉଛି, ଯାହାକି ଆଉ ଖଣ୍ଡେ ଚିଠି ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁନାହିଁ ।

ଯାହା ଫଳରେ ଏବେ ଅଲୋଡା ହୋଇପଡିଲାଣି ଡାକ ବିଭାଗର । ତେବେ ଏହି ଏହି ପରିସ୍ଥିତିରେ ମଧ୍ୟ ଏହାକୁ ବଜାୟ ରଖିବା ପାଇଁ ପୁନର୍ବାର ହାତ ଲେଖା ଚିଠି,କିମ୍ୱା ଡାକ ଘରକୁ ମନେ ପକାଇ ଲୋକେ ଆସି ଚିଠି ଲେଖି ପୁଣି ଥରେ ଚିଠି ପତ୍ର କାରବାର କରନ୍ତୁ ବୋଲି । ସେହି ଆଶା ନେଇ ଆଜି ନିଜ ଦରମା ରୁ ଘର ଭଡ଼ା ନେଇ ପୋଷ୍ଟ ଅଫିସ ଖୋଲିଛନ୍ତି ଜଣେ ଯୁବ ପୋଷ୍ଟ ମାଷ୍ଟର ସୁଧୀର ବେହେରା । ଏହିଭଳି ଘଟଣା ଦେଖିବା କୁ ମିଳିଛି, ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ । ପୋଷ୍ଟ ମାଷ୍ଟର ସୁଧୀର ବେହେରା ଙ୍କ ଦରମା ବହୁତ କମ ହୋଇଥିଲେ ମଧ୍ୟ , ପୁଣି ଥରେ ଡାକଘରେ ଲୋକଙ୍କ ଭିଡ଼ ଲାଗିବ ବୋଲି ଆଶା ବିଶ୍ୱାସ ରଖ । ନିଜ ଦରମାରେ ଏହି ପୋଷ୍ଟ ଅଫିସ ଖୋଲିଛନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମୁହଁରୁ କେବଳ ତାଙ୍କର ପ୍ରଶଂସା ଶୁଣିବାକୁ ମିଳୁଛି ।

Advertisement

Leave a Reply

Your email address will not be published. Required fields are marked *