Pratidin TV

Odisha's Digital News Platform

ଅଜବ ପରମ୍ପରା , ବିବାହ ପରେ ଶୌଚାଳୟ ଯାଇ ପାରିବେନି ଦମ୍ପତି ..

1 min read

ବିଭିନ୍ନ ଧର୍ମ ଏବଂ ବିଭିନ୍ନ ସ୍ଥାନରେ ବିବାହ ସମ୍ବନ୍ଧରେ ଭିନ୍ନ ଭିନ୍ନ ନୀତିନିୟମ ରହିଛି । କେଉଁଠି ବର ଘୋଡା ଉପରେ ଆସେ ଆଉ କେଉଁଠି ଗାଡ଼ିରେ, କେଉଁଠି ବରର ଜୋତା ଶାଳୀମାନେ ଚୋରାନ୍ତି ତ ଆଉ କୋଉଠି ଶାଶୁ ଜ୍ୱାଇଁଙ୍କ ନାକ ଚିପନ୍ତି । କିନ୍ତୁ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ବିବାହ ସମ୍ପୂର୍ଣ୍ଣ ନିଆରା ହୋଇଥାଏ । ଏଠାରେ ବର ଏବଂ କନିଆକୁ ଶୌଚାଳୟକୁ ଯିବାକୁ ବାରଣ କରାଯାଇଥାଏ । ଏହି ଭଳି ଅଜବ ନିୟମ ଇଣ୍ଡୋନେସିଆରେ ଦେଖିବାକୁ ମିଳେ । ଏହି ରୀତିନୀତି ଟିଣ୍ଡାଗ୍ନ ସମ୍ପ୍ରଦାୟରେ ପ୍ରଚଳିତ ହୋଇ ଆସୁଛି । ଏହି ସମ୍ପ୍ରଦାୟର ଲୋକମାନେ ନିୟମଟିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରନ୍ତି, ତେଣୁ ସେମାନେ ଏହାକୁ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ କାର୍ଯ୍ୟକାରୀ କରିଥାନ୍ତି ।ରୀତିନୀତି ଅନୁଯାୟୀ ବର ଏବଂ କନିଆଁ ବିବାହ ପରେ ତିନି ଦିନ ପର୍ଯ୍ୟନ୍ତ ଶୌଚାଳୟକୁ ଯାଇପାରିବେ ନାହିଁ । ଏପରି କରିବା ଖରାପ ବୋଲି ସେମାନେ ବିବେଚନା କରନ୍ତି ।

ସ୍ଥାନୀୟ ସମ୍ପ୍ରଦାୟ ଲୋକଙ୍କ କହିବାନୁସାରେ, ବିବାହ ଏକ ପବିତ୍ର ସମାରୋହ । ଶୌଚାଳୟକୁ ଯିବା ସେମାନଙ୍କ ଶୁଦ୍ଧତାକୁ ବ୍ୟାହତ କରେ । ଏହା ନୂତନ ବର ଏବଂ ବଧୂକୁ ଅପବିତ୍ର କରିଥାଏ । ଇଣ୍ଡୋନେସିଆରେ ଏହି ପ୍ରଥା ପାଳନ କରିବାର ମୁଖ୍ୟ କାରଣ ହେଉଛି ନୂତନ ଦମ୍ପତିଙ୍କୁ ଖରାପ ନଜର ବା ନକରାତ୍ମକ ଦୃଷ୍ଟିରୁ ରକ୍ଷା କରିବା ।ଏହି ସମ୍ପ୍ରଦାୟ ଲୋକ ବିଶ୍ୱାସ କରନ୍ତି ଯେ, ବାହାଘର ପରେ ଶୌଚାଳୟ ଗଲେ ବୈବାହିକ ଜୀବନରେ ସମସ୍ୟା ଦେଖାଯିବା ସହ ବିବାହ ବନ୍ଧନ ଭାଙ୍ଗି ଯାଇପାରେ ।ସେଠାରେ ରହିଥିବା ଖରାପ ଶକ୍ତି ସେମାନଙ୍କ ଶରୀରରେ ଆସିଯାଇପାରେ । ବିବାହ ଭାଙ୍ଗିବାର ବିପଦ ସହ ଜୀବନ ଯିବାର ଭୟ ରହିଥାଏ ବୋଲି ସମ୍ପ୍ରଦାୟଲୋକ ବିଶ୍ୱାସ କରନ୍ତି ।

Advertisement

ଏହାସହ ସେମାନଙ୍କ ମଧ୍ୟରୁ ଜଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ ବୋଲି ଟିଣ୍ଡାଗ୍ନ ସମ୍ପ୍ରଦାୟର ଲୋକ ବିଶ୍ୱାସ କରନ୍ତି । ତେଣୁ ସେମାନେ ନୂତନ ଦାମ୍ପନ୍ତିଙ୍କୁ ବିବାହ ପର ତିନି ଦିନ ପାଇଁ କମ୍ ଖାଦ୍ୟ ଓ ପାନ୍ୟ ଦିଅନ୍ତି ।ସମ୍ପ୍ରଦାୟର ଲୋକମାନେ ଏହି ରୀତିନୀତିକୁ କଠୋର ଭାବରେ ପାଳନ କରିବା ସହ ଧ୍ୟାନ ଦିଅନ୍ତି ଯେ ଏହି ରୀତିନୀତି ଅନୁଯାୟୀ ବର ଏବଂ କନିଆର କୌଣସି ଅସୁବିଧା ଯେପରି ନ ହୁଏ । ସେମାନେ ଯେପରି ଲୁଚିକି ଶୌଚାଳୟ ବ୍ୟବହାର ନ କରିଦିଅନ୍ତି ସେଥିପାଇଁ ସେମାନଙ୍କ ଉପରେ କଡା ନଜର ରହିଥାଏ । ଘରର ସମସ୍ତ ଶୌଚାଳୟ ଏହି ୩ ଦିନ ବନ୍ଦ ରଖାଯାଏ ।

Leave a Reply

Your email address will not be published. Required fields are marked *