Pratidin TV

Odisha's Digital News Platform

ଜମିଜମା ବିବାଦରୁ ତୁୁମୁଳକାଣ୍ଡ , ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଥାନାରେ ହେଲା ଅଭିଯୋଗ ..

1 min read

ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତପାତ । ଗାଁ ଦାଣ୍ଡ ପାଲଟିଗଲା ରଣକ୍ଷେତ୍ର । ଗୋଟିଏ ପରିବାରକୁ ଭୁଜାଲି ରେ ହାଣି କରିଦେଲେ ଲହୁ ଲୁହାଣ । ହେଲେ ମରଣାନ୍ତକ ଆକ୍ରମଣରେ ଶିକାର ହୋଇଥିବା ପରିବାରକୁ ମିଳୁନି ନ୍ୟାୟ । ଏବେ ପୋଲିସ ମଧ୍ୟ ନ୍ୟାୟ ଦେବା ବଦଳରେ କେସ୍ ଉଠାଇ ନେବାକୁୁ ଧମକ ଦେଉଛି । ସୁଚନା ମୁତାବକ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନରସିଂହପୁର ମଖଲପୁର ଅଂଚଳର ଜମିଜମା ବିବାଦକୁ କେନ୍ଦ୍ରକରି ସେଇ ଗ୍ରାମରେ କିଛି ଅସାମାଜିକ ଯୁବକ ମିଶି ମମତା ବେହେରା ଓ ସ୍ୱାମୀ ଲକ୍ଷ୍ମୀଧର ଦାସ ଙ୍କୁ ଭୁଜାଲିରେ ହାଣି ଲହୁ ଲୁହାଣ କରିଦେଇଥିଲେ ।

ସେହି ଘଟଣାକୁ ନେଇ ଆକ୍ରମଣରେ ଶିକାର ହୋଇଥିବା ମମତା ବେହେରା ବାସୁଦେବ ଥାନାରେ ଗତ ୨ ତାରିଖରେ ଅଭିଯୋଗ କରିଥିଲେ । ହେଲେ ଥାନା ଅଧକାରୀ କୌଣସି ପଦକ୍ଷେପ ନେଇ ନଥିଲେ ପରେ ବାଧ୍ୟ ହୋଇ ଗତ ୩ ତାରିଖ ଦିନ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସମସ୍ତ ଘଟଣା ଜଣାଇବା ପରେ ବାସୁଦେବପୁର ପୋଲିସ ଅଭିଯୁକ୍ତ ନାମରେ କେସ କରିଥିଲେ । ହେଲେ ଆଜକୁ ୧ ମାସ ବିତିଯାଇଥିଲେ ମଧ୍ୟ ବସୁଦେବପୁର ପୋଲିସ ଅଭିଯୁକ୍ତମାନଙ୍କୁ ଧରିବ କଣ ଓଲଟା ଥାନାରେ ବସାଇ ଚର୍ଚ୍ଚା କରୁଥିବା ଅଭିଯୋଗ କରିଛନ୍ତି , ଆକ୍ରମଣର ଶିକାର ହୋଇଥିବା ମମତା । ଶେଷରେ ନିଜ ଜୀବନ ଓ ତାଙ୍କ ସ୍ୱାମୀ ଙ୍କ ଜୀବନକୁ ବିପଦରେ ଥିବା ଦର୍ଶାଇ , ଗତକାଲି ଏସପି ଙ୍କୁ ଭେଟି ନିଜ ପରିବାରକୁ ସୁରକ୍ଷା ଦେବାକୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣା ଦେଖିବା ପରେ ପ୍ରଶ୍ନ ଉଠୁଛି ଯେ ପୋଲିସ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଯଦି ଏଭଳି ଟଙ୍କା ନେଇ ଆସାମୀ ଙ୍କୁ ନ ଧରେ ତାହାଲେ ସାଧାରଣ ଲୋକ କାହା ଉପରେ ଭରସା କରିବ ? ତେବେ ଏବେ ଦେଖିବାକୁ ବାକି ରହିଲା , ଏହି ଘଟଣା ଉପରେ ପୋଲିସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Advertisement

Leave a Reply

Your email address will not be published. Required fields are marked *