୧୯ ବର୍ଷିୟ ଅଙ୍କିତାଙ୍କୁ ଜୀବନ୍ତ ଜାଳିଦେବା ଘଟଣା, ତଦନ୍ତ କରିବ SIT
1 min readନୂଆଦିଲ୍ଲୀ : ରାଞ୍ଚିରେ ଗତ ୨୩ ତାରିଖ ଦିନ ଏକ ଦୃଦୟ ବିଦାରକ ଘଟଣା ଘଟିଥିଲା । ଯାହାକୁ ନେଇ ବର୍ତ୍ତମାନ ସୁର୍ଦ୍ଧା ପୁରା ରାଞ୍ଚିରେ ଜୋର ଧରିଛି ଉତ୍ତେଜନା । ସୂଚନା ଅନୁଯାୟୀ ଝାଉଖଣ୍ଡ ତୁମକାରେ ନିଜ ପରିବାର ସହ ରହୁଥିବା ଜଣେ ୧୯ ବର୍ଷିୟ ଝିଅ ଅଙ୍କିତାଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେଇଛି ଜଣେ ଯୁବକ । ଅଙ୍କିତାଙ୍କ ଘର ପାଖରେ ରହୁଥିବା ଶାହରୁଖ ନାମକ ଜଣେ ଯୁବକ ଏଭଳି କାଣ୍ଡ ଘଟାଇଛି । ତେବେ ଶାହରୁଖ ଅଙ୍କିତାଙ୍କୁ ଏକତରଫା ପ୍ରେମ କରୁଥିଲା ଏନେଇ ସେ ଅଙ୍କିତାକୁ ମଧ୍ୟ ପ୍ରପୋଜ୍ ମାରିଥିଲା । କିନ୍ତୁ ଅଙ୍କିତା ତା ପ୍ରେମ ନିବେଦନକୁ ଗ୍ରହଣ ନକରିବାରୁ ,ଉକ୍ତ ଯୁବକ ଜଣଙ୍କ ପ୍ରତିଶୋଧ ନେବା ପାଇଁ ଚିନ୍ତା କରିଥିଲା ।
ଲୋକଋଢିରେ କୁହନ୍ତିନି ମୃତ୍ୟୁ ହେଉ ବା ଅଘଟଣ ଆସିବା ପୂର୍ବରୁ ସୂଚନା ଦେଇ ଆସିଥାଏ । ଠିକ୍ ସେହିଭଳି ୨୩ ତାରିଖ ର ଏଭଳି ଭିବତ୍ସ ଘଟଣା ଘଟିବା ପୂର୍ବରୁ ଶାହରୁଖ୍ ମଧ୍ୟ ରଚାଇଥିଲା କିଛି ଏଭଳି ଘଟଣା । ଅଙ୍କିତାଙ୍କ ଘର ସାମ୍ନାରେ ଆସି ହୋହାଲ୍ଲା ପାଟିତୁଣ୍ଡ କରିଥିଲା । ଏପରି ପରିସ୍ଥିତିରେ ଅଙ୍କିତାଙ୍କ ବାପା ଥାନାରେ ଅଭିଯୋଗ କରିବାକୁ ବାହାରିଥିଲେ । ଠିକ୍ ସେହି ସମୟରେ ଶାହରୁଖର ମାଁ ଓ ତା ବଡ ଭାଇ ଆସି ଥାନାରେ ଅଭିଯୋଗ ନକରିବା ପାଇଁ ଅନୁରୋଧ କରିଥିଲେ । ତା ସହ ସେମାନେ ଶାହରୁଖ୍ କୁ ସହର ବାହାରକୁ ପଠାଇଦେବାର ପ୍ରତିଶୃତି ମଧ୍ୟ ଦେଇଥିଲେ ।ଏହାପରେ ଅଙ୍କିତାଙ୍କ ବାପା ଶାହରୁଖ ପରିବାର ଲୋକଙ୍କ ଉପରେ ବିଶ୍ୱାସ ରଖି ଥାନାକୁ ଯାଇନଥିଲେ ।
କିନ୍ତୁ ହଠାତ୍ ଅଗଷ୍ଟ ୨୩ ତାରିଖ ମଙ୍ଗଳବାର ଦିନ ଶାହରୁଖ ନିଜର ପ୍ରତିଶୋଧ ନେବାକୁ ପହଞ୍ଚିଯାଇଥିଲା ଅଙ୍କିତାଙ୍କ ଘର ପାଖରେ । ସେ ନିଜ ରୁମ୍ରେ ଶୋଇଥିବା ବେଳେ ଶାହରୁଖ ପ୍ରଥମେ ଝରକା ସେପଟରୁ ପେଟ୍ରୋଲ ଢାଳିଥିଲା ଏବଂଏହାପରେ ଶାହରୁଖର ଜଣେ ସହକର୍ମୀ ଦିଆସିଲି ମାରି ଝରକା ଭିତରେ ପକାଇଦେଇ ଥିଲା । ଅଙ୍କିତା ଯନ୍ତ୍ରଣାରେ ଢହଳ ବିକଳ ହୋଇ ଘରବାହାରକୁ ଦୈଡି ପଳାଇ ଆସିଥିଲେ । କଳେବଳେ ତାଙ୍କ ଦେହରୁ ନିଆଁ ଲିଭାଇ ପୁଲୋ ଝାନୋ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଶରୀରର ୯୦ ଭାଗ ଜଳିଯାଇଥିବାରୁ ସ୍ୱାସ୍ଥ ଅବସ୍ଥାରେ କୌଣସି ସୁଧାର ଦିଶୁନଥିଲା । ଏନେଇ ତାଙ୍କୁ ତୁରନ୍ତ ରାଞ୍ଚିର ରିମ୍ସ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ୨୮ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହାକୁ ନେଇ ଅଙ୍କିତାଙ୍କ ଘର ଥିବା ଡୁମକା ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଝାରଖଣ୍ଡ ସରକାର ଏସ୍ଆଇଟି(ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ) ଗଠନ କରିଛନ୍ତି। ଏହି ଏସଆଇଟିର ନେତୃତ୍ୱ ଏସ୍ପି ନେବେ।
ଏହାକୁ ନେଇ ଅଙ୍କିତାଙ୍କ ଘର ଥିବା ଡୁମକା ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଝାରଖଣ୍ଡ ସରକାର ଏସ୍ଆଇଟି ଗଠନ କରିଛନ୍ତି। ଏହି ଏସଆଇଟିର ନେତୃତ୍ୱ ଏସ୍ପି ନେବେ।
ଅନ୍ୟପକ୍ଷରେ ଅଙ୍କିତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ ଚାଲିଛି। ସାଂପ୍ରଦାୟିକ ହିଂସକାଣ୍ଡ ଘଟିବା ଆଶଙ୍କାରେ ପୁଲିସ୍ ପକ୍ଷରୁ ୧୪୪ ମଧ୍ୟ ଲାଗୁ କରାଯାଇଥିଲା। ଏବେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଗଷ୍ଟ ୨୩ ଅର୍ଥାତ ଘଟଣା ଦିନ ହିଁ ଶାହରୁଖକୁ ଗିରଫ କରାଯାଇଥିଲା। ସୋମବାର ଛୋଟୁ ଖାନ ନାମକ ଆଉ ଜଣେ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି।