Pratidin TV

Odisha's Digital News Platform

ସୁନ୍ଦର ଦେଖା ହେବାପାଇଁ ହେୟାର ଷ୍ଟ୍ରେଟ କରିବାକୁ ଯାଇଥିଲେ…ଏବେ କିଡ଼ନୀ ଧରି କାନ୍ଦୁଛନ୍ତି

1 min read

ନିଜ ଚୁଟି ସୁନ୍ଦର ଦେଖାଯିବା ପାଇଁ ସମସ୍ତେ କେତ ପ୍ରକାର ଦ୍ରବ୍ୟ ନିଜ ହେୟାରରେ ବ୍ୟବହାର କରିଥାନ୍ତି | ନାରୀମାନେ ଶସାଧାରଣତଃ ନିଜ ସୌନ୍ଦର୍ଯ୍ୟ ବଢାଇବା ପାଇଁ ହେୟାର ଷ୍ଟ୍ରେଟ କରିଥାନ୍ତି | ହେୟାର ଷ୍ଟ୍ରେଟ କରିବା ଏହା ଗତ କିଛି ବର୍ଷ ହେବ ଦ୍ରୁତ ଗତିରେ ବୃଦ୍ଧି ପାଇଛି | ହେୟାର ଷ୍ଟ୍ରେଟ ପାଇଁ ବିଭିନ୍ନ ପ୍ରକାର କ୍ରିମ ଲଗାଯାଇଥାଏ | ଯେଉଁଥିରେ ଅଧିକ ପରିମାଣରେ କେମିକାଲ ଥାଏ | ଏହି କେମିକାଲ କ୍ରିମ ହେୟାର ଷ୍ଟ୍ରେଟକରିବାସାହାଯ୍ୟ କରିଥାଏ |କିନ୍ତୁ ଏହା କେତେବେଳେ ଶରୀର ପାଇଁ ବିପଦର ପରିଣତ ହୋଇଯାଏ ତାହା ଲୋକେ ଜାଣିପାରନ୍ତି ନାହିଁ | ଏକ ରିପୋର୍ଟ ଅନୁସାରେ ବାରମ୍ବାର ହେୟାର ଷ୍ଟ୍ରେଟ କରିବା ଦ୍ୱାରା ଶରୀର ହୋଇପାରେ କ୍ଷତି |

ତେବେ ‘ଦି ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍’ରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି । ଯେ ଜଣେ ମହିଳା ବାରମ୍ବାର କେଶ ସିଧା କରିବା ପାଇଁ ବ୍ୟବହାର କରିଥିଲେ, ଯେଉଁ କାରଣରୁ ତାଙ୍କ କିଡନୀ ନଷ୍ଟ ହୋଇଯାଇଥିଲା। ଏହି ଅଧ୍ୟୟନରେ ବିଶେଷଜ୍ଞମାନେ କହିଛନ୍ତି ଯେ ହେୟାର ଷ୍ଟ୍ରେଟ କରିବାରେ ବ୍ୟବହୃତ ହେଉଥିବା କ୍ରିମିରେ କିଛି କେମିକାଲ ଦ୍ରବ୍ୟ ଥାଏ, ଯାହା କିଡନୀକୁ କରିପାରେ ନଷ୍ଟ |

Advertisement

ଲାଇଭ ସାଇନ୍ସ ରିପୋର୍ଟ ଅନୁଯାୟୀ ଜଣେ ୨୬ ବର୍ଷ ବୟସ୍କା ମହିଳା ୩ଟି ପୃଥକ ସମୟରେ କିଡନୀରେ କ୍ଷତିଗ୍ରସ୍ତ ହୋଇଥିଲେ। କେଶ ସିଧା କରିବାରେ ବ୍ୟବହୃତ ଦ୍ରବ୍ୟ ହେତୁ ଏହା ଘଟିଛି ବୋଲି ତାଙ୍କ ଡାକ୍ତରମାନେ କହିଛନ୍ତି। ଏହି ମହିଳା ସେଲୁନ୍ ଯାଇ ଜୁନ୍ ୨0୨0, ଏପ୍ରିଲ୍ ୨0୨୧ ଏବଂ ଜୁଲାଇ ୨0୨୨ ରେ ହେୟାର ଷ୍ଟ୍ରେଟ କରିସାରିଥିଲେ | ଏହି ହେୟାର ଷ୍ଟ୍ରେଟ କରିବା ପୂର୍ବରୁ ମହିଳାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା, କିନ୍ତୁ କେଶକୁ ୩ ଥର ଷ୍ଟ୍ରେଟ କରିବା ପରେ ସେ ବାନ୍ତି, ଝାଡା, ପିଠି ଯନ୍ତ୍ରଣା ଏବଂ ଜ୍ୱରରେ ସମସ୍ୟା ଦେଖିବାକୁ ମିଳିଥିଲା । ହେୟାର ଷ୍ଟ୍ରେଟ ସମୟରେ, ତାଙ୍କ ତ୍ୱଚାରେ ଜଳିଲା ପ୍ରରି ଅନୁଭବ ହୋଇଥିଲା ଏବଂ କିଛି ସମୟ ପରେ ସେ ତାଙ୍କ ମୁଣ୍ଡରେ ଏକ ଅଲସର ସୃଷ୍ଟି ହୋଇଥିଲା |

ଯେତେବେଳେ ସେ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ରକ୍ତରେ କ୍ରିଏଟିନାଇନ୍ ସ୍ତର ବୃଦ୍ଧି ପାଇଛି। ଯାହା ତାଙ୍କର କିଡନୀ ନଷ୍ଟ ହୋଇଥିବାର ସୂଚାଇଥାଏ | ତାଙ୍କ ପରିସ୍ରାରେ ରକ୍ତ ମଧ୍ୟ ଚିହ୍ନଟ ହୋଇଥିଲା, କିନ୍ତୁ ଅନ୍ୟ ସଂକ୍ରମଣର ଲକ୍ଷଣ ଦେଖାଯାଇନଥିଲା। ସିଟି ସ୍କାନରେ ତାଙ୍କ କିଡନୀ, ବ୍ଲାଡର, ୟୁରେଟର ଏବଂ ମୂତ୍ରାଶୟ ମଧ୍ୟ ଅବରୋଧ କରାଯାଇ ନଥିଲା। ଯଦିଓ କିଡନୀ ନଷ୍ଟ ହୋଇଯାଇଥିଲା | ବିଶେଷଜ୍ଞଙ୍କ ଅନୁଯାୟୀ, ମହିଳାଙ୍କ ହେୟାର ଷ୍ଟ୍ରେଟ କରିବା ପାଇଁ ବ୍ୟବହୃତ ହେଉଥିବା କ୍ରିମରେ ଗ୍ଲାଇକ୍ସିଲିକ୍ ଏସିଡ୍ ନାମକ ଏକ ରାସାୟନିକ ପଦାର୍ଥ ରହିଥିଲା। ଏକ ରିପୋର୍ଟରେ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ ଏହି ରାସାୟନିକ କାରଣରୁ ମହିଳାଙ୍କ ତ୍ୱଚା ଜଳି ଯାଇଥିଲା ଏବଂ ଅଲସର ହୋଇଯାଇଥିଲା। ମୂଷା ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗ୍ଲାଇକ୍ସିଲିକ୍ ଏସିଡ୍ ଚର୍ମ ମାଧ୍ୟମରେ ଶୋଷିତ ହୋଇ କିଡନୀରେ ପହଞ୍ଚିଥାଏ। ଏହି କାରଣରୁ କିଡନୀ ନଷ୍ଟ ହୁଏ |

Leave a Reply

Your email address will not be published. Required fields are marked *