Pratidin TV

Odisha's Digital News Platform

ଶପଥ ନେଲେ ବିଜେଡି କାର୍ଯ୍ୟକର୍ତ୍ତା , ଷଷ୍ଠ ଥର ଜିତାଇବେ ନବୀନଙ୍କୁ ।

1 min read

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡ଼ି କାର୍ଯ୍ୟକର୍ତ୍ତା ମାନେ ସଂଙ୍କଳ୍ପ ନେବାକୁ ସମ୍ବଲପୁରରେ ମେଲି କରିଛନ୍ତି ।

ସହରର ଶାନ୍ତି ନଗର ସ୍ଥିତ ପୁର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ବାସଭବନ ନିକଟରେ ଶତାଧିକ ବିଜେଡି କାର୍ଯ୍ୟକର୍ତ୍ତା ମାନେ ମେଲି କରିବା ସହ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଉପରେ ଥିବା ତାଙ୍କର ଅତୁଟ ସମର୍ଥନ କୁ ପୁଣିଥରେ ପ୍ରତିଫଳିତ କରିଥିଲୋ ରାଜ୍ୟରେ ବିଜେଡି ପୁଣିଥରେ ରେକର୍ଡ ସଂଖ୍ୟକ ଆସନରେ ବିଜୟି ହୋଇ ସରକାର ଗଠନ କରିବା ସହ ନବୀନ ପଟ୍ଟନାୟକ ଷଷ୍ଟଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେଡି କାର୍ଯ୍ୟକର୍ତ୍ତା ମାନେ କହିଛନ୍ତି ।

Advertisement

ଏହାସହ ସମ୍ବଲପୁର ଲୋକସଭା ପାଇଁ ନିର୍ବାଚନ ଲଢୁଥିବା ରାଜ୍ୟ ବିଜେଡି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇବାକୁ ସବୁ ବିଜେଡି କାର୍ଯ୍ୟକର୍ତ୍ତା ମାନେ ସଂଙ୍କଳ୍ପ ନେଇଥିଲେ । ପୁର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ସମେତ ସମ୍ବଲପୁର ବିଜେଡି ମ଼ହାନଗର ସଭାପତି ସତିଶ ବିଶି ଓ ସମ୍ବଲପୁର ବିଧାନସଭା ସଭା କ୍ଷେତ୍ରର ଶତାଧିକ ବିଜେଡି କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *