Pratidin TV

Odisha's Digital News Platform

ଦିଲ୍ଲୀରେ CBIର ରାତି ଅଧାରେ ଆକ୍ରମଣ….ପିଲା ଚୋରି ରାକେଟର କଲା ଖୁଲାସା..ଶିଶୁଙ୍କୁ କଲା ଉଦ୍ଧାର

1 min read

ଶିଶୁ ଚାଲାଣ ମାମଲାରେ CBI ଶୁକ୍ରବାର ରାତିରେ କରିଥିଲା ବିଭିନ୍ନସ୍ଥାନରେ ଚଢ଼ାଉ | ଏହି ଚଢ଼ାଉ ସମୟରେ ଗୋଟେ ଘରେ ଅନେକ ନବଜାତ ଶିଶୁଙ୍କଙ୍କ କରିଛି ଉଦ୍ଧାର | ତେବେ ଏହା ରାଜଧାନୀ ଦିଲ୍ଲୀରେ ଘଟିଛି | ସିବିଆଇ ଟିମ୍ କେଶଭପୁରମ୍ ଅଞ୍ଚଳରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା। ଏହି ଚଢ଼ାଉରେ ଦୁଇଟି ନବଜାତ ଶିଶୁକୁ ଘରୁ ଉଦ୍ଧାର କରିଥିଲା। | ଏହି ରାକେଟ ମୁଖ୍ୟତଃ ହସ୍ପିଟାଲମାନଙ୍କୁ ଟାର୍ଗେଟ କରୁଛି। ହସ୍ପିଟାଲରୁ ନବଜାତକଙ୍କୁ ଚୋରି କରି ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଛି |

ତେବେ ଏହି ମାମଲାରେ ସିବିଆଇ କିଛି ମହିଳା, ପୁରୁଷଙ୍କୁ ଗିରଫ କରିଥିବା ଜଣାଯାଇଛି। ପିଲାମାନଙ୍କୁ ବିକ୍ରି କରିଥିବା ମହିଳା ଏବଂ ଏହି ମାମଲାରେ ସେମାନଙ୍କୁ କିଣିଥିବା ବ୍ୟକ୍ତିଙ୍କୁ ସିବିଆଇ ପଚରାଉଚରା କରୁଛି। ସିବିଆଇ ଜଣେ ମହିଳାଙ୍କ ସମେତ କିଛି ଲୋକଙ୍କୁ ଅଟକ ରଖିଛି। ତାଙ୍କୁ ପଚରାଉଚରା କରାଯାଉଛି। ପ୍ରାରମ୍ଭିକ ତଥ୍ୟରୁ ଜଣାପଡିଛି ଯେ ଏହି ମାନବ ଚାଲାଣ ଗ୍ୟାଙ୍ଗର ସଦସ୍ୟମାନେ ନବଜାତ ଶିଶୁମାନଙ୍କୁ ଡାକ୍ତରଖାନାରୁ ଚୋରି କରୁଥିଲେ।

Advertisement

ଦିଲ୍ଲୀରେ ପିଲା ଚୋରି ମାମଲା ବଢ଼ିଥିବା ନେଇ ଅଭିଯୋଗ ହେବା ପରେ ସିବିଆଇ ଏହି ମାମଲାର ଛାନଭିନ ଆରମ୍ଭ କରିଥିଲ। ଇତି ମଧ୍ୟରେ ଗତକାଲିଠୁ ସିବିଆଇ ଟିମ୍‌ ବିଭିନ୍ନ ସ୍ଥାନରେ ରେଡ କରି ସାରିଲାଣି। ଏହି ମାମଲାରେ ସିବିଆଇ ସାତରୁ ଆଠ ଜଣ ପିଲାଙ୍କୁ ଉଦ୍ଧାର କରିଛି, ଯଦିଓ ସରକାରୀ ବୟାନ ଏପର୍ଯ୍ୟନ୍ତ ଆସିନାହିଁ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଡାକ୍ତରଖାନାର ୱାର୍ଡ ବାଳକ ସମେତ କିଛି ପୁରୁଷ ଓ ମହିଳା ଅଛନ୍ତି।

Leave a Reply

Your email address will not be published. Required fields are marked *