Pratidin TV

Odisha's Digital News Platform

ଟାଟା ପାୱାରରେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ…ଲୋକେ ଉତ୍ତେଜିତ

1 min read

ମୋହନା ଟାଟା ପାୱାରରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି! କିନ୍ତୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଗଜପତି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ମୋହନା ଗାଁର ଗଣେଶ ମଲ୍ଲିକ ଟାଟା ପାୱାରରେ ହେଲ୍‌ପର ଭାବେ କାମ କରୁଥିଲେ। ଆଜି ମୋହନାରେ ବିଦ୍ୟୁତ ନଥିବାରୁ ଅଫିସ ଆସିବା ପାଇଁ ଡାକରା ଆସିଥିଲା। ତେଣୁ ଗଣେଶ ଅଫିସ୍‌ ଯାଇଥିଲେ। ଅସ୍ଥାୟୀ ଭାବରେ କାର୍ଯ୍ୟରତ ଥିବା ଗଣେଶ କୌଣସି ଏକ କାର୍ଯ୍ୟ ରେ ଭାଲିଆପଦା ଗ୍ରାମ ନିକଟରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ କରିବା ପାଇଁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ସନ୍ଦେହ ଜନକ ଭାବେ ବିଦ୍ୟୁତ୍ ସ୍ପଂଶରେ ନା ଆଉ କିଛି ଘଟଣା ରେ କଣ ଘଟିଲା ତାହା କିଛି ଜଣା ପଡିନଥିଲା | କିଛି କର୍ମଚାରୀ ମୋହନା ମେଡିକାଲ୍ ରେ ଭର୍ତ୍ତି କରିଥଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ।

Advertisement

ମୃତ ଘୋଷଣା ପରେ ପରିବାର ଲୋକେ ମୃତ ଗଣେଶଙ୍କ ଶବକୁ ଟାଟା ପାୱାର ଅଫିସ ଆଗରେ ରଖି ବ୍ରହ୍ମପୁର ରାୟଗଡ଼ା ୩୨୬ ନଂ ଜାତିୟ ରାଜପଥକୁ ଅବରୋଧ କରିବା ସହ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ବର୍ତ୍ତମାନ ସାଥିରେ ଯାଇଥିବା ବିଦ୍ୟୁତ୍ ବିଭାଗ ର କର୍ମଚାରୀମାନେ ଫେରାର ଥିବାବେଳେ କ୍ଷତିପୂରଣ ଓ ନ୍ୟାୟ ଦାବୀରେ ରାସ୍ତା ରୋକ୍ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାମଣା କରୁଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *