Pratidin TV

Odisha's Digital News Platform

ଗାଡି ବଦଳରେ ବିଚ ରାସ୍ତାରେ ଚାଲିଲା ଚାଳ ଘର ….ଭିଡ଼ିଓ ହେଲା ଭାଇରାଲ

1 min read

ଯେତେବେଳେ ଘରୁ ବାହାରିଥାଉ ସେବେ ଆମେ ରାସ୍ତାରେ କାର ଓ ବାଇକ ପରି ଯାନ ଦେଖିଥାଉ | ରାସ୍ତା କଡ଼ରେ ଖାଦ୍ୟ ଷ୍ଟଲ ମଧ୍ୟ ଦେଖିଥାଉ | କିନ୍ତୁ କେବେ ରାସ୍ତରେ ଚାଳ ଛପର ଦେଖିଛନ୍ତି କି ? ଏହା ଶୁଣିବାକୁ ଯେତେ ଆଶ୍ଚର୍ଯ୍ୟ ଲାଗୁଛି ସେତେ ଦେଖି ମଧ୍ୟ ହେବେ | ଫିଲ୍ମ ‘ଟାରଜାନ୍ ଦି ୱାଣ୍ଡର କାର୍’ରେ ଆପଣ ନିଶ୍ଚୟ ଏପରି ଦୃଶ୍ୟ ଦେଖିଥିବେ | କିନ୍ତୁ ବାସ୍ତବ ଜୀବନରେ ଏହିପରି କିଛି ଦେଖିବାକୁ ମିଳିଛି |

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୁଏ | କିନ୍ତୁ ବେଳେବେଳେ ଏପରି ଦୃଶ୍ୟ ଦେଖାଯାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ | ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତାରେ ଗୋଟିଏ ଚାଳ ଛପର ଚାଲୁଥିବାର ଦେଖିବାକୁ ମିଳିଛି । ବାସ୍ତବରେ, ଏହା ହେଉଛି ଜଣେ ବ୍ୟକ୍ତି ତାଙ୍କ କରକୁ ଚାଳ ଛପର ଡିଜାଇନରେ ପ୍ରସ୍ତୁତ କରିଛନ୍ତି | ଏହି କ୍ଲିପ୍ ଦେଖିବା ପରେ ଲାଗୁଛି ଯେପରି ରାସ୍ତାରେ ଗୋଟିଏ ଚାଳ ଛପର ଗତି କରୁଛି |

Advertisement

ଏହି ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲବାୟାନି ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଭିଡିଓକୁ ୫ ମିଲିୟନରୁ ଅଧିକ ଅର୍ଥାତ୍ ୫0 ଲକ୍ଷ ଥର ଦେଖାଯାଇଥିବାବେଳେ ୧.୫ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଲୋକମାନେ ଏହା ଉପରେ କୌତୁହଳପୂର୍ଣ୍ଣ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। କେହି କେହି ଏହାକୁ ଉର୍ଫି ଜାଭେଦଙ୍କ କାର ବୋଲି କହିଥିବା ବେଳେ କେହି କେହି ଏହି ଆଇଡ଼ିଆକୁ ପ୍ରଶଂସା କରିଥିଲେ |

Leave a Reply

Your email address will not be published. Required fields are marked *