Pratidin TV

Odisha's Digital News Platform

AI ମଣିଷକୁ ଦାସ କିମ୍ବା କରିବ ଧ୍ବଂସ ! ଏପରି ବଡ଼ ଚେତାବନୀ ଦେଲେ ୟୋଭାଲ ନୋହ ହାରାରି

1 min read

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଉପକାରିତା ସହ ଏହାର ବିପଦ ବିଷୟରେ ମଧ୍ୟ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସୁଛି | ଏହି AI ଟୁଲ ଆସିବା ଦିନରୁ ବିପଦ ଉପରେ ନିରନ୍ତର ଭାବେ ବିତର୍କ ଚାଲିଛି। ଏହି ସତର୍କତାର ଚର୍ଚ୍ଚା ଚାଲୁଛି | ଏ ଉପରେ ସ୍ୱର ଉଠାଇ ଆସୁଥିବା ଇତିହାସବିତ ତଥା ଲେଖକ ୟୋଭାଲ ନୋହ ହାରାରି ଆଉ ଏକ ଚେତାବନୀ ଦେଇଛନ୍ତି। ନିକଟରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଏକ ପ୍ୟାନେଲ ଆଲୋଚନାରେ ସେ ଚେତାବନୀ ଦେଇଥିଲେ ଯେ କିଛି ବର୍ଷ ପରେ ଏଆଇ ଆମ ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ଏବଂ ଆମକୁ ଗୋଲାମ କରିପାରେ କିମ୍ବା ଧ୍ବଂସ କରିଦେଇପାରେ।

ତେବେ ସେ କହିଥିଲେ, “ଆଗାମୀ ଦିନରେ ଏଆଇ ମଣିଷକୁ ଦାସ କରିଦେବ ଏବଂ ଏହା ନିୟନ୍ତ୍ରଣର ବାହାରକୁ ଚାଲି ଯାଇପାରେ, କିମ୍ବା ଏହା ବିନାଶକାରୀ ହୋଇପାରେ।” ଏହି ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଏପରି ମତବ୍ୟକ୍ତି କରିଛନ୍ତି ହାରାରି।

Advertisement

ସେ ଆହୁରି କହିଥିଲେ କି, “AI ୧୦ ବର୍ଷ ପୂର୍ବେ ଏକ ବିଜ୍ଞାନ କଳ୍ପନା ଥିଲା, ଯାହାକୁ କେବଳ ବିଶେଷଜ୍ଞଙ୍କ ଏକ ସୀମିତ ସମ୍ପ୍ରଦାୟ ବ୍ୟବହାର ପାଇଁ ଆଗ୍ରହ କରିଥିଲେ। କିନ୍ତୁ ଏହା ବର୍ତ୍ତମାନ ଆମର ଅର୍ଥନୀତି, ସଂସ୍କୃତି ଏବଂ ରାଜନୀତିକୁ ପ୍ରଭାବିତ କରିସାରିଛି। ଆଉ କିଛି ବର୍ଷ ମଧ୍ୟରେ, ଏଆଇ ଆମର ନିୟନ୍ତ୍ରଣରୁ ବାହାରକୁ ଯାଇପାରେ ଏବଂ ଆମକୁ ଦାସ କରିପାରେ କିମ୍ବା ବିନାଶ କରିଦେଇପାରେ।”

AI ର ଅଗ୍ରଗତି ଯୋଗୁଁ ବୈଷୟିକ ବ୍ୟାଘାତ ଏବଂ ବିଶ୍ୱଯୁଦ୍ଧର ବିପଦ। ସେଥିମଧ୍ୟରୁ ଦୁଇଟି ପୂର୍ବରୁ ଘଟୁଛି। ପରିବେଶ ବ୍ୟବସ୍ଥା ବିଗିଡିବାରେ ଲାଗିଛି, ଯାହା ଫଳରେ ପ୍ରତିବର୍ଷ ହଜାର ହଜାର ପ୍ରଜାତି ବିଲୁପ୍ତ ହେଉଛନ୍ତି। ଗାଜାରେ ମଧ୍ୟ ଯୁଦ୍ଧ ଜାରି ରହିଛି, ଯେଉଁଠାରେ ହମାସ ସଦସ୍ୟଙ୍କୁ ଚିହ୍ନଟ କରିବା ଏବଂ ଟାର୍ଗେଟ କରି ହତ୍ୟା କରିବା ପାଇଁ ଇସ୍ରାଏଲ ସେନା ଦ୍ୱାରା କୃତ୍ରିମ ଗୁଇନ୍ଦା ବ୍ୟବସ୍ଥା ମୁତୟନ କରାଯାଉଛି।

ଲେଖକ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏଆଇର ବିକାଶ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। କିନ୍ତୁ ଜୈବିକ ବିବର୍ତ୍ତନଠାରୁ ବିପରୀତ, ଡିଜିଟାଲ ବିକାଶ ଏକ ନିୟୁତ ଗୁଣ ଦ୍ରୁତ ହେବ ଏବଂ ବିଲୁପ୍ତି ଅବସ୍ଥାରେ ପହଞ୍ଚିବାକୁ ମାତ୍ର କେଇ ଦଶନ୍ଧି ଲାଗିବ। ଏହି ବିକାଶ କେବଳ ମାନବ ସଭ୍ୟତା ନୁହେଁ ବରଂ ଚେତନାର ସାରକୁ ମଧ୍ୟ ନଷ୍ଟ କରିପାରେ। ଏହାକୁ କିପରି ରୋକାଯାଇ ପାରିବ, ସେ ଉପରେ ଏକ ପରାମର୍ଶ ଦେଇ ହାରାରି କହିଛନ୍ତି, ଏଥିପାଇଁ ଏକ ନିୟାମକ ଅନୁଷ୍ଠାନ ଗଠନ କରିବାର ଆବଶ୍ୟକତା ରହିଛି। ଏକ ଅନୁଷ୍ଠାନ ମାଧ୍ୟମରେ AI ବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ହାରାରି କହିଛନ୍ତି।

Leave a Reply

Your email address will not be published. Required fields are marked *