Pratidin TV

Odisha's Digital News Platform

ସୁଭଶ୍ରୀ ହତ୍ୟା ମାମଲା : ଖାରବେଳନଗର ପୋଲିସ ଉଠାଇଲା ବଡ ପରଦା

ଭୁବନେଶ୍ୱର : ଗତକାଲି ଭୁବନେଶ୍ୱର ସ୍ଥିତ ଖାରବେଳଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା । ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର (୩୫) ।

ଗତକାଲି ଶୁଭଶ୍ରୀଙ୍କ ୪ ବର୍ଷର ପୁଅ ଟ୍ୟୁସନ୍‌ରୁ ଫେରି ମାଙ୍କୁ ଖଟଉପରେ ପଡିଥିରବାର ଦେଖିଲେ । ମା ମିଛରେ ଏପରି ପଡିରହିଛନ୍ତି ଭାବି ପୁଅ ଖଟ ଉପରେ ଚଢି ମାଙ୍କୁ ଚିଲେଇ ଚିଲେଇ ଡାକିଥିଲା । କିନ୍ତୁ ମା ଜମା ବି ନଶୁଣିବାରୁ ଛୁଆଟି ପଡୋଶୀଙ୍କୁ ଡାକି ଆଣିଥିଲା । ଏହା ପରେ ପଡୋଶୀ ଜଣଙ୍କ ସହାୟତାରେ ପୁଅ ବାପା(ଅନନ୍ତ ନାରାୟଣ ନାଥ)ଙ୍କୁ ଫୋନ କରି ସବୁ କଥା ଜଣାଇଥିଲା । ଅନନ୍ତ ଘରେ ପହଞ୍ଚି ସଙ୍ଗେ ସଙ୍ଗେ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ତାଙ୍କ ବେକରେ ଏକ କଟା ଦାଗ ଥିବାରୁ ତାଙ୍କୁ କେହି ହତ୍ୟା କରିଛି ବୋଲି ଖାରବେଳନଗର ଥାନାରେ ଅଭିଯୋଗ ଆଣିଥିଲେ ସ୍ୱାମୀ ।

ତେବେ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଥିଲା ।ଏନେଇ ଆଜି ଖାରବେଳନଗର ପୋଲିସ ହାତରେ ଏକ ବଡ ତଥ୍ୟ ଲାଗିଛି । ଶୁଭଶ୍ରୀଙ୍କ ଫୋନର କଲ୍ ରେକର୍ଡ ବାହାରକରିଛି ପୋଲିସ । ଯେଉଁଥିରେ ଶୁଭଶ୍ରୀ ମୃତ୍ୟୁ ପୂର୍ବରୁ ଏକ ନଂ ରେ ୨୭ ସେକେଣ୍ଡ ପାଇଁ କଥା ।ର୍ତ୍ତା ହୋଇଥିଲେ । ସେହି ନଂ କୁ ମଧ୍ୟ ଶୁଭଶ୍ରୀ ମୃତ୍ୟୁ ଦିନ ୭ରୁ ୮ ଥର ଫୋନ କରିଛନ୍ତି ବୋଲି ସୂଚନା ଦେଇଛି ପୋଲିସ । ତେବେ ସେହି ନଂ ଜଣେ ଯୁବକଙ୍କର ଯାହାକୁ ଶୁଭଶ୍ରୀଙ୍କ ସ୍ୱାମୀ ଅନନ୍ତ ମଧ୍ୟ ଚିହ୍ନିଛନ୍ତି । ବର୍ତ୍ତମାନ ଖାରବେଳନଗର ପୋଲିସ ଉକ୍ତ ଯୁବକ ଜଣଙ୍କୁ ଥାନାକୁ ଡକାଇ ଖୋଳତାଡ ଚଳାଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଯୁବକ ଜଣଙ୍କ କିଏ ଓ ଶୁଭଶ୍ରୀଙ୍କ ସହ ତାଙ୍କର କି ସର୍ମ୍ପକ ରହିଛି ? ଶୁଭଶ୍ରୀ ନିଜ ସ୍ୱାମୀଙ୍କୁ ଫୋନ ନକରି କାହିଁକି ଉକ୍ତ ଯୁବକଙ୍କୁ ଫୋନ କରିଥିଲେ । ଅନନ୍ତ ସେ ଯୁବକଙ୍କୁ ଜାଣି ଥିଲେ ସୁଦ୍ଧା ସ୍ତ୍ରୀ କଣ ପାଇଁ ତାଙ୍କୁ ମୃତ୍ୟୁ ପୂର୍ବରୁ ବାରମ୍ବାର ଫୋନ କରିଥିଲେ ଏକଥାର ଅନୁମାନ ଲଗାଇ ପାରୁନାହାନ୍ତି ସେ । ଏସବୁ କଥା ଖାରବେଳନଗର ପୋଲିସର ଜେରା ପରେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *