Pratidin TV

Odisha's Digital News Platform

+୨ ପାଠ ଯାଏଁ ପଢି, ୮୫ ଲକ୍ଷ ଇନଭେଷ୍ଟ୍ କରିବାକୁ ମନେଇଦେଲା ପ୍ରକାଶ….

1 min read

+୨ ପାଠ ପଡି ଲୋକଙ୍କୁ କରିଦେଲା ସର୍ବଶାନ୍ତ | ସ୍ମାର୍ଟଫୋନ ଧରି ଟ୍ରେଡିଂ ଆପ ଜରିଆରେ ଲୋକଙ୍କ ଆକାଉଣ୍ଟ କରିଦେଲା ଖାଲି | ମାତ୍ର ସପ୍ତାହ ମଧ୍ୟରେ ପଇସା ଡବଲ କରିଦେବାକୁ କହି ଠକି ନେଇଗଲା ୮୫ ଲକ୍ଷ ଟଙ୍କା | ସାଇବର ଥାନାରେ ଅଭିଯୋଗ ହେବା ପରେ ଖୋଲିଲା ଠକର ପୁରା ଗୁମର | ଲୋକଙ୍କୁ କେମିତି ଅତି ସହଜରେ ବୋକା ବନାଇ ତାଙ୍କ ବିଶ୍ୱାସ ଜିତି ତାଙ୍କ ଠାରୁ ଆଦାୟ କରିବେ ? ଏବଂ କେତେ ଟଙ୍କା ଲଗାଇଲେ ୨ ଗୁଣ ଟଙ୍କା ଫେରିପାଇବେ ସେ ନେଇ zoom ଆପ ରେ ନେଉଥିଲେ ଟ୍ରେନିଂ |

ତେବେ ସୂଚନା ଏଣୁସସର ଆର୍ଟ୍ସ ପାଠ ପଢି ଏକ ଗିଫ୍ଟ କମ୍ପାନୀରେ ଚାକିରୀ କରୁଥିବାବେଳେ କଷ୍ଟମର ମାନଙ୍କୁ ରଖିଥିଲା ହାତରେ | ଏବଂ ପରେ ସେହି କଷ୍ଟମରଙ୍କ ଠାରୁ ଟଙ୍କା ଆଣି ଟ୍ରେଡିଂରେ ଲଗାଉଥିଲା | ଏବଂ ପରେ ୱକଲି ଅପସନରେ ସବୁ ଟଙ୍କା ବୁଡିଯିବା ପରେ ଡ଼େଉଁଥିଲା ଧରାଛୁଆଁ | ତେବେ ଠକ ଜଣକ ହେଲେ ପ୍ରକାଶ ଚନ୍ଦ୍ର ସ୍ୱାଇଁ |

Advertisement

ପୁରୀର ଅଭିଯୋଗକାରୀ ବିଶ୍ୱଜିତ ମହାନ୍ତି ଏବଂ ପ୍ରକଶ ଚୌଧୁରୀ ଠକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଉପରେ ବିଶ୍ୱାସ କରି ଟଙ୍କା ଦେଇଥିଲେ | କାରଣ ପ୍ରକାଶ କହିଥିଲେ ତାଙ୍କର ଅଛି ୨ଟି କମ୍ପାନୀ | ଟଙ୍କା ଲଗାଅ ଏବଂ ଡବଲ କର | ଏବଂ ସେ ନିଜ ନାଁ ରେ ମଧ୍ୟ ୨ଟି କମ୍ପାନୀ କରିଥିଲେ ଏବଂ ତା’ର ସାର୍ଟିଫିକେଟ ମଧ୍ୟ ରଖିଥିଲେ | ଗୋଟେ ହେଉଛି ପ୍ରକାଶ କମ୍ୟୁନିକେସନ ଓ ଅନ୍ୟଟି ହେଉଛଗଇ କୋପଶିନ ପ୍ରାଇଭେଟ ଲିମିଟେଡ଼ | ଏହାକୁ ଆଧାର କରି ରଚିଥିଲା ଠକ |

ଯେତେବେଳେ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କୁ ଫୋନକୁ ଏକ ମେସେଜ ଆସିଥିଲା | ସେହି ମେସେଜରେ ଥିଲା zoom ଆପରେ ଶିଖନ୍ତୁ କିପରି ହୁଏ ଟ୍ରେଡିଂ | ସେଥିପାଇଁ ୬ ଦିନ ଧରି zoom ଆପରେ ସେହି ଟ୍ରେନିଂ ନେଇଥିଲେ | ଏବଂ ଏହାପରେ ନିଜ ଟଙ୍କା ବଦଳରେ କଷ୍ଟମରଙ୍କ ଟଙ୍କାକୁ ଆଣି ଟ୍ରେଡିଂ ରେ କରିଥିଲେ ବିନିଯୋଗ | ଆଉ ଯେତେବେଳେ ସବୁ ଟଙ୍କା ବୁଡିଗଲା ସେତେବେଳେ ଆଉ ଧରାଛୁଆଁ ଦେଲେନି | ଟଙ୍କା ମାଗିଲେ ଆଜି କାଲି କହି ଭୁଆଁ ବୁଲାଉଥିଲେ | ଆଉ ଶେଷରେ ପୋଲିସ ହାବୁଡ଼ରେ ପଡ଼ିଥିଲେ | ସେ ବିବାହିତ ହେବ ସହ ତାଙ୍କର ପୁଅ ମଧ୍ୟ ଅଛି |

Leave a Reply

Your email address will not be published. Required fields are marked *