Pratidin TV

Odisha's Digital News Platform

ଉପରୁ ଖସୁଛି ନିଆଁ ବର୍ଷା , ଘରୁ ବାହାରିଲେ ଦେହ ଜଳିଯାଉଛି ..

ଉପାନ୍ତରୁ ଉପକୂଳ ଏବେ ଚାରିଆଡେ ତ୍ରାହୀ ତ୍ରାହି । ଲାଗୁଛି ଯେମିତି ତତଲା କଡେଇରେ ଭାଜି ହେଉଛି ଓଡିଶା । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗରମ ଆଉ ଗୁଳୁଗୁଳି ଅସ୍ତବ୍ୟସ୍ତ ହୋଇଗଲାଣି । ଲାଗୁଛି ଯେମିତି ଆକାଶରୁ ଖସୁଛି ନିଆଁ ବର୍ଷା । ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଏପରି ହିଟ୍‌ୱେଭ ଜାରି ରହିବ ।

ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୪ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା କଟକ, ଭଦ୍ରକ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର । ସେହିପରି କାଲିଠାରୁ ରାଜ୍ୟରେ ବଦଳିବ ପାଗ ।

ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ତେବେ ଆଜି ଦିନ ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ା ଓ ସମ୍ବଲପୁର ତାପମାତ୍ରା ୩୭.୪ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ ଡିଗ୍ରୀ, ଚାନ୍ଦବାଲି ୩୭.୨ଡିଗ୍ରୀ, ହୀରାକୁଦ ୩୬.୯ଡିଗ୍ରୀ, ରାଉରକେଲା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *