Pratidin TV

Odisha's Digital News Platform

ଅଟୋ ପାଇଁ ନାଳକୁ ଖସିଲା ମୋ ବସ୍‌, ୨୦ରୁ ଉର୍ଦ୍ଧ ଆହତ, ୧୩ ଗୁରୁତର…

1 min read

ଅଟୋକୁ ବଞ୍ଚାଇବାକୁ ନାଳକୁ ଖସିଲା ମୋ ବସ୍ । ଆଜି ଦିନ ଦ୍ୱପହରରେ ଭୁବନେଶ୍ୱର ରୁ ଖୋର୍ଦ୍ଧା ଆସୁଥିବା ମୋ ବସଟି ୧୬ ନମ୍ବର ଜାତୀୟ ରାଜପଥ ପିତାପଲି ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏକ ଅଟୋ ରିକ୍ସା କୁ ବଞ୍ଚେଇବାକୁ ଯାଇ ରାସ୍ତା କଡ଼ ରେ ଏକ ଖାଲ କୁ ଖସିପଡିଥିଲା ।ଅଟୋ ଟି ହଠାତ୍ ସାମ୍ନାକୁ ଆସିଯିବାରୁ ମୋ ବସ୍ ର ଡ୍ରାଇଭର ନିୟନ୍ତ୍ରଣ ହରାଇ ନାଳକୁ ଖସିପଡିଥିଲା । ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା ।

ଏହାପରେ ସ୍ଥାନୀୟ ଲୋକେ ପହଞ୍ଚି ଗାଡି ଭିତରୁ କାଚ ଭାଙ୍ଗି ଲୋକ ଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ପଠେଇଥିଲେ । ତେବେ ଏହି ଘଟଣାରେ କାହାର ଜୀବନ ହାନି ହୋଇନଥିବା ଜଣାପଡିଛି । ସୂଚନା ଅନୁସାରେ ଖୋର୍ଦ୍ଧା ରୁ ୩୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ରୁ ଖୋର୍ଦ୍ଧା ଅଭିମୁଖେ ମୋ ବସ ଆସୁଥିଲା । ଯଦି ବା କେହି ମୃତାହତ ହୋଇନାହାନ୍ତି ।ତଥାପି ସମସ୍ତ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଘଟଣା ସ୍ଥଳ ରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସି ପହଁଛି ଏହାର ତଦନ୍ତ ଜାରି ରଖିଛନ୍ତିା । ତା ସହିତ ଖୋର୍ଦ୍ଧା ମେଡିକାଲ କୁ ଉପଜିଲ୍ଲାପାଳ, ଦୀପ୍ତିରଞ୍ଜନ ସେଠି,ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଏଡ଼ିଏଏମପ୍ରମୁଖ ପହଁଛି ଆହତ ଖବର ପଚାରି ବୁଝିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *