Pratidin TV

Odisha's Digital News Platform

ମୋ ବସ ଦୁର୍ଘଟଣାରେ ଆହତ ଙ୍କ ପାଖରେ ପହଞ୍ଚିଲେ ମନ୍ମଥ ରାଉତରାୟ , ଅବସ୍ଥା ଦେଖି କଲେ ଦୁଃଖପ୍ରକାଶ..

ଆଜି ଖୋର୍ଦ୍ଦା ପିତାପଲି ଠାରେ ମୋ ବସ୍ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ୨୦ ଯାତ୍ରୀ । ଯେତେବେଳେ ଏହି ଖବର ଭୁବନେଶ୍ୱରର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଶୁଣିଥିଲେ । ସାଙ୍ଗେ ସାଙ୍ଗେ ଆହତ ମାନଙ୍କ ପାଖକୁ ଦୌଡି ଯାଇଥିଲେ । ସିଧା ଖୋର୍ଦ୍ଧା ଡାକ୍ତରଖାନାରେ ପହଞ୍ଚି ଆହାତଙ୍କ ସ୍ୱାସ୍ଥବସ୍ଥା ବିଷୟରେ ପଚାରି ବୁଝିଥିଲେ । କେବଳ ଏତିକି ନୁହେଁ ଆହତମାନଙ୍କ ବେଡ ନିକଟକୁ ସେମାନଙ୍କ ସହ କଥା ହୋଇଥିଲେ । ଏହାସହ ଏହି ଦୁର୍ଘଟଣାକୁ ନେଇ ସେ ଦୁଃଖପ୍ରକାଶ ମଧ୍ୟ କରିଛନ୍ତି ।


ସୂଚନା ଅନୁସାରେ, ଆଜି ଅପରାହ୍ନରେ ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ବେଳେ ପିତାପଲ୍ଲୀ ନିକଟ ପେଟ୍ରୋଲପମ୍ପ ନିକଟରେ ଭାରସ୍ୟାମ ହରାଇ ବସଟି ନାଳକୁ ଖସିପଡିଥିଲା । ବସରେ ଥିବା ସମସ୍ତ ଯାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇବା ସହ ଗୁରୁତରମାନଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ମୋ ବସ ସାମ୍ନାକୁ ଅଟୋ ଆସିଯିବ ଫଳରେ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ଯାତ୍ରୀ ଓ ସ୍ଥାନୀୟ ଲୋକେ । ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *