Pratidin TV

Odisha's Digital News Platform

ସ୍ତ୍ରୀକୁ ୟୁଟ୍ୟବ ର ଷ୍ଟାର କରିବାକୁ , ପ୍ରଶ୍ନପତ୍ର ଭାଇରଲ କରି ସରକାରୀ ଶିକ୍ଷକ ଗିରଫ ..

1 min read

ମୋ ସ୍ତ୍ରୀ ହେବ ଫେମସ୍ ୟୁଟ୍ୟବର । ଏମିତି ଭାବି ସ୍ତ୍ରୀକୁ ୟୁଟ୍ୟବର ଷ୍ଟାର କରିବା ପାଇଁ ସାର୍ ଆପଣେଇ ଥିଲେ ଏକ ନିଆରା ଉପାୟ । ଯେଉଁ ଉପାୟ ଆଜି ତାଙ୍କ ଉପରେ ଭାରି ପଡିଛି । ଯେଉଁଥିପାଇଁ ଆଜି ସାର୍ ପିନ୍ଧିଛନ୍ତି ହାତରେ ହାତକଡି । ଆଜି ଭାଇରଲ ହେବା ନିଶାରେ ଜେଲ୍ ଗଲେ ସାର୍ । କିଛିଦିନ ପୁର୍ବରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ୨ ଦିନ ପୁର୍ବରୁ ପ୍ରଶ୍ନ ପତ୍ର ସୋସିଆଲ ମିଡିଆ ରେ ଭାଇରାଲ ହେଇଥିଲା । ଏ ନେଇ ଷ୍ଟେଟ ପ୍ରୋଜେକ୍ଟ ଡାଇରେକ୍ଟର ଅଫ ଓଡ଼ିଶା ଶିକ୍ଷ୍ୟା ବିଭାଗ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ସମୀର ଏଜୁକେସନ YouTube ଚେନାଲରେ ପ୍ରଶ୍ନ ପତ୍ର ଭାଇରାଲ୍ ହେଇଥିଲେ । କେବଳ ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ସଂପୃକ୍ତ ଚେନାଲ ଲେଖିଥିଲା । ତେବେ ଏହି ଘଟଣାରେ ସମୀର ସାହୁଙ୍କୁ ଗଂଜାମ ରୁ ଗିରଫ କରିଥିଲା ପୋଲିସ ।

ସମୀର କୁ ପଚରାଉଚରା ସମୟରେ ସମୀର କହିଥିଲା ପ୍ରୋ answers ସୋସିଆଲ ମିଡ଼ିଆ ରୁ ଡାଉନଲୋଡ କରି ନିଜ ଚେନାଲରେ ପକେଇ ଥିଲା । ପ୍ରୋ answers କୁ ତଦନ୍ତ ପରିସର କଲାପରେ ସ୍କୁଲ୍ ଶିକ୍ଷକଙ୍କ କାରନାମା ସାମ୍ନାକୁ ଆସିଥିଲା । ଯାଜପୁର ରୋଡ଼ ରେ ଥିବା ପ୍ରାଇମେରୀ ସ୍କୁଲ୍ ଶିକ୍ଷକ ଜଗନ୍ନାଥ୍ କର ଭାଇରଲା ପାଇଁ ଏମିତି କରିଛନ୍ତି । କେବଳ ଜଗନ୍ନାଥ ନୁହନ୍ତି ତାଙ୍କ ସ୍ତ୍ରୀ ଋତୁ ପୂର୍ଣ୍ଣା ପତି ମିଶି ପ୍ରଶ୍ନ ପତ୍ର କୁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ କରିଛନ୍ତି । ପରୀକ୍ଷା ଆରମ୍ଭ ହେବା ଦୁଇ ଦିନ ପୁର୍ବରୁ ସ୍କୁଲ କୁ ଆସୁଥିଲା ପରୀକ୍ଷା ପ୍ରଶ୍ନପତ୍ର , ଜଗନ୍ନାଥ ସ୍କୁଲ ରୁ ଘରକୁ ନେଇ ଆସୁଥିଲେ ପ୍ରଶ୍ନ ପତ୍ର । ଘରକୁ ଆଣି ସ୍ତ୍ରୀ ସହ ପ୍ରଶ୍ନର ଉତ୍ତର ନିଜର ପ୍ରୋ answers youtube ଚେନାଲ ଛାଡିଥିଲେ । ଆଜି ସ୍ୱାମୀ ସ୍ତ୍ରୀ ଙ୍କୁ ସାଇବର ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ପ୍ରଶ୍ନ ପତ୍ର , ଲାପଟପ୍ ,ମୋବାଇଲ , pendriveଜବଦ କରିବା ସହ ସଂପୃକ୍ତ ଚେନାଲକୁ ବନ୍ଦ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *