Pratidin TV

Odisha's Digital News Platform

ସାଧାରଣ ନିର୍ବାଚନ ପୂର୍ବରୁ ମିଳିଲା ପୂଳା ପୂଳା ଟଙ୍କା …

କାର ଭିତରୁ ମିଳିଲା ୫୫ ଲକ୍ଷ ଟଙ୍କା । ଏହି ଟଙ୍କା ଓଡ଼ିଶା ଦେଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଯାଉଥିଲା। ତେବେ କାହିଁକି ଏହି ଟଙ୍କା ଆନ୍ଧ୍ରପ୍ରଦେଶ ଯାଉଥିଲା ତାହା ଉପରେ ଏବେ ତଦନ୍ତ କରୁଛି ପୋଲିସ । ସାଧାରଣ ନିର୍ବାଚନ ପୂର୍ବରୁ ବିନିକା ପୋଲିସ ସ୍ଥାନୀୟ କଲେଜ ଛକ ନିକଟରୁ ନାକାବନ୍ଦୀ କରି ଚେକିଂ କରୁଥିବାବେଳେ ଆନ୍ଧ୍ରପ୍ରଦେଶ ନମ୍ୱର ଥିବା ଇନୋଭା କାର୍ ପୋଲିସ ଯାଞ୍ଚ ପାଇଁ ଅଟକାଇଥିଲା । କାର ମଧ୍ୟରେ ଯାଞ୍ଚ କରିବା ସମୟରେ ସେଥିରୁ ମୋଟ ୫୫ ଲକ୍ଷ ୨୦ ହଜାର ଟଙ୍କା କ୍ୟାସ ମିଳିବା ପରେ ପୋଲିସ ଗାଡି ଚାଳକଙ୍କୁ ଟଙ୍କା ବାବଦରେ ପଚାରିଥିଲା । ଏତେଟଙ୍କା କେଉଁଠୁ ଆଣିଲ ଏବଂ କେଉଁଠିକି ନେଉଛ ପ୍ରଶ୍ନର ଉତ୍ତର ଦେବା ସମୟରେ ଥଙ୍ଗଥଙ୍ଗ ହୋଇପଡିଥିଲେ କାର ଚାଳକ ।

ତେବେ ପୋଲିସ ଗାଡି ଚାଳକଙ୍କୁ ଅଟକ ରଖି ପଚରାଉଚରା କରିବାକୁ ଜଣାପଡିଥିଲା ଯେ, ଜବତ ଟଙ୍କା ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳକୁ ଯାଉଥିଲା । ତେବେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଯୁବକଙ୍କୁ ପଚରା ଉଚରା କରୁଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ହୁଏତ ଏ ଟଙ୍କା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏଥି ସହିତ ଟଙ୍କା ନେଇକି ଯାଉଥିବା ସଂପୃକ୍ତ ୬ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚାରଉଚରା କରୁଛି।

Leave a Reply

Your email address will not be published. Required fields are marked *