Pratidin TV

Odisha's Digital News Platform

ବିପଦପୂର୍ଣ୍ଣ ଅବସ୍ଥାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଡବା ବା ଭୋଟ କେନ୍ଦ୍ର ଅଡବା

1 min read

ରାଜ୍ୟ ସରକାର ହେଉବା କେନ୍ଦ୍ର ସରକାର ହେଉ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି | କିନ୍ତୁ ପ୍ରଶାସନର ଯୋଗୁଁ ଶିକ୍ଷା କ୍ଷେତ୍ରରେ ଅବହେଳା ଦେଖା ଯାଉଛି | ଏପରି କିଛି ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଦୁର୍ଗମ ଅଞ୍ଚଳ ଅଡବାଠାରେ l ଗଜପତି ଜିଲ୍ଲା ମୋହନା ବ୍ଳକ ନିକଟସ୍ଥ ଅଡବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ ଟି ଶ୍ରେଣୀ ଗୃହ ଅଛି ହେଲେ ୪ ଟି ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ପଢି ରହିଛି l

ଛାତ୍ର ଓ ଛାତ୍ରୀ ବିପଦ ସୂଂକଳ ଅବସ୍ଥାରେ ବିଦ୍ୟାଳୟ ରେ ପାଠ ପଢୁଥିବା ବେଳେ ଆଗାମୀ ନିର୍ବାଚନରେ ମଧ୍ୟ ଏହି ବୁଥ ରେ ସ୍ଥାନୀୟ ଭୋଟର ଭୋଟ ଦେବେ l ତାହା ପୁଣି ବିପଦ ସଙ୍କୁଳ ଅବସ୍ଥାରେ । କେଉଁଠାରେ ଛାତ ଫାଟି ଆଁ କରିଛି କେଉଁ କାନ୍ଥ ଫାଟି ପ୍ଲାଷ୍ଟର ଖସିଛି । ଆଉ କେଉଁଠି ଛାତରୁ ଲୁହା ରଡ଼ ମଧ୍ୟ ଦେଖା ଯାଉଛି। ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଗୁହାରି କରି ସ୍ଥାନୀୟ ଅଭିଭାବକ ଓ ଲୋକେ ଥକି ଗଲେଣି । ଶ୍ରେଣୀ ଗୃହ ନଥିବାରୁ ଛାତ୍ର ଛାତ୍ରୀ ବାରଣ୍ଡାରେ ପାଠ ପଢୁଛନ୍ତି l ବର୍ଷା ଦିନ କଥା ନକହିବା ଭଲ। କହିଲେ କଥା ରହେନି ବୋଲି ଅଭିଯୋଗ ଆଣିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *