Pratidin TV

Odisha's Digital News Platform

ଆନନ୍ଦ ମହିନ୍ଦ୍ରା କଲେ ୧୩ ବର୍ଷୀୟ ନାବାଳିକା ଝିଅକୁ ଚାକିରୀ ଅଫର…..ଜାଣନ୍ତୁ କ’ଣ ରହିଛି କାରଣ ?

1 min read

ନିଜ ବୁଦ୍ଧି ପ୍ରୟୋଗ କରି ଟେକ୍ନୋଲୋଜି ସାହାଯ୍ୟରେ ନିଜର ଓ ନିଜ ସାନ ଭଉଣୀର ଜୀବନ ରକ୍ଷା କରିଥିଲେ ୧୩ ବର୍ଷୀୟ କୁନି ଝିଅ | ଆମଜାନ ଭର୍ଚୁଆଲ୍ ଭଏସ୍ ଆସିଷ୍ଟାଣ୍ଟ ଡିଭାଇସ୍ ଆଲେକ୍ସା ସାହାଯ୍ୟରେ ଆକ୍ରମଣକାରୀ ମାଙ୍କଡ଼କୁ ତଡ଼ିକି ନିଜ ଜୀବନ ରକ୍ଷା କରିଥିଲେ । ବର୍ତ୍ତମାନ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ତାଙ୍କ ସାହସକୁ ସମ୍ମାନ ଜଣାଇ ନାବାଳିକା ଝିଅକୁ ଚାକିରୀ ଅଫର କରିଛନ୍ତି |

ତେବେ ପୂର୍ଵସୂଚନା ଆଧାରରେ ୧୩ ବର୍ଷୀୟ ଝିଅ ଘରେ ମାଙ୍କଡ଼ ପଶି ଯାଇଥିଲେ | ଏହା ପରେ, ଝିଅଟି ଧାର୍ଯ୍ୟ ଏବଂ ସାହସ ଦେଖାଇ ଆଲେକ୍ସାକୁ କୁକୁରର ଶବ୍ଦ କରିବାକୁ ନିର୍ଦ୍ଦେଶ ଦେଲା | ଏହା ପରେ ମାଙ୍କଡ଼ଟି କୁକୁରର ସ୍ୱର ଶୁଣିବା ପରେ ପଳାଇଲା | ଯେତେବେଳେ ଆନନ୍ଦ ମହିନ୍ଦ୍ରା ଏହି ଘଟଣା ବିଷୟରେ ଜାଣିଲେ ସେତେବେଳେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ଯାଇ ନିଜର ମତ ରଖିଥିଲେ। ସେ ଲେଖିଥିଲେ ଯେ, ଆଜିର ଯୁଗର ଗୁରୁତ୍ୱପୂର୍ଣ ପ୍ରଶ୍ନ ହାହେଲା ଆମେ ଟେକ୍ନୋଲୋଜିର ମାଲିକ ହେବୁ ନ ଦାସ ? ଏହି ଝିଅର କାହାଣୀ ଆମକୁ ଦର୍ଶାଏ ଯେ ମଣିଷକୁ ସାହାଯ୍ୟ କରିବା ପାଇଁ ଟେକ୍ନୋଲୋଜି କିପରି ବ୍ୟବହାର କରାଯାଇପାରିବ | ଏହି ଝିଅର ଉପସ୍ଥିତ ବୁଦ୍ଧି ଆଶ୍ଚର୍ଯ୍ୟ କରାଏ ଦେଇଥିଲା |

Advertisement

ଏହାପରେ ଆନନ୍ଦ ମହିନ୍ଦ୍ରା ଲେଖିଥିଲେ ଯେ, ଯଦି କେବେ ନାବାଳିକା ଜଙ୍କ ତାଙ୍କର ଶିକ୍ଷା ସମାପ୍ତି ପରେ ଯଦି କେବେ କର୍ପୋରେଟ ଦୁନିୟାରେ କାମ କରିବାକୁ ନିଷ୍ପତି ନିଅନ୍ତି ମୁଁ ଆଶା କରେ ଆମେ ତାଙ୍କୁ ଚାକିରୀ ଦେବୁ | ଆମ ସହ ଯୋଗଫ ଦେବାକୁ ମନାଇବାରେ ସଫଳ ହେବୁ ବୋଲି ଆନନ୍ଦ ମହିନ୍ଦ୍ରା X ରେ ପୋଷ୍ଟ କରି ଲେଖିଥିଲେ |

Leave a Reply

Your email address will not be published. Required fields are marked *