Pratidin TV

Odisha's Digital News Platform

ବଟଲରଙ୍କ ଶତକ ଆଗରେ କୋହଲି ଫିକା , ରୟାଲ୍‌କୁ ହରାଇଦେଲା ରୟାଲ୍ସ ….

1 min read

ବିରାଟଙ୍କ ଶତକ ହୋଇଗଲା ବୃଥା । ବିରାଟଙ୍କ ଶତକକୁ ଫିକା କରିଦେଲେ ଜୋସ୍ ବଟଲର । କୋହଲିଙ୍କ ଶତକ ଉପରେ ଭାରିପଡିଗଲେ ବଟଲର । ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଆରସିବିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଆରସିବି ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ଜିତିଛି । ଚଳିତ ସିଜିନରେ ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ସଞ୍ଜୁ ସାମସନଙ୍କ ବାହିନୀ ।

ଚତୁର୍ଥ ଥର ମ୍ୟାଚ ହାରି ଫ୍ୟାନ୍ସଙ୍କୁ ପୁଣି ନିରାଶ କଲା ଆରସିବି । ଶତକୀୟ ପାଳି ଖେଳି ପ୍ଲେୟାର ଅଫ ଦ ମ୍ୟାଚ ଭାବେ ବିବେଚିତ ହେଲେ ଜୋସ ବଟଲର । ଚଳିତ ଆଇପିଏଲରେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ହୋଲ୍‌଼ଡର ହେଲେ କୋହଲି । ଶନିବାର ସନ୍ଧ୍ୟା ୭ଟା ୩୦ରେ ରାଜସ୍ଥାନର ସୱାଇ ମାନସିଂହ ଷ୍ଟାଡିୟମରେ ସାୱାଇ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ।

Advertisement

ଏହାପରେ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ କୋହଲି ଓ ଡୁପ୍ଲେସି । ୪୪ ରନ କରି ଡୁପ୍ଲେସିସ ଆଉଟ ହୋଇଥିବା ବେଳେ ବିରାଟ କୋହଲିଙ୍କୁ ଅଟକାଇବା ବିପକ୍ଷ ଦଳର ବୋଲରଙ୍କ ନିକଟରେ ସହଜ ନଥିଲା । ରାଜସ୍ଥାନରେ ବିରାଟଙ୍କ ବିରାଟ ସୋ ଦେଖିଥିଲେ ଦର୍ଶକ । ୭୨ ବଲରେ କୋହଲି ୧୧୩ ରନ କରି ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ୨୦ ଓଭରରେ ଦଳ ୩ ୱିକେଟ ହରାଇ ୧୮୩ ରନ କରିଥିଲା । ଅନ୍ୟପକ୍ଷରେ ୧୮୪ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ରାଜସ୍ଥାନ ରୟାଲ୍‌ସ ଭଲ ଖେଳିଥିଲା । ଯଦିଓ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ବଡ଼ ଝଟକା ଲାଗିଥିଲା, ତଥାପି ଦଳ ଚାପଗ୍ରସ୍ତ ହୋଇନଥିଲା । ଯଶସ୍ୱୀ ଜୟସୱାଲ ଶୂନରେ ଆଉଟ୍ ହେବା ପରେ ଜୋଶ ବଟଲର ଓ ଅଧିନାୟକ ସଞ୍ଜୁ ସାମସନ ସୁନ୍ଦର ପାଳି ଖେଳିଥିଲେ । ଜୋସ୍ ବଟଲର ଙ୍କ ଶତକ ଆଗରେ ବିରାଟଙ୍କ ଶତକ ଆଉ କାମ କରିନଥିଲା । ଶେଷରେ ଆରସିବିର ବିଜୟ ଆଶା ମଉଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମସନ ୬୯, ହେତମାୟର ଅପରାଜିତ ୧୧ ରନ କରିଥିଲେ । ୫ଟି ବଲ ବାକି ଥାଇ ୪ ୱିକେଟ ହରାଇ ୧୮୯ ରନ କରି ଚଳିତ ସିଜିନରେ ବିଜୟ ଧାରା ଜାରି ରଖିଥିଲା ଆରଆର । ଫଳରେ ୬ ୱିକେଟରେ ପରାସ୍ତ ହୋଇଥିଲା ଆରସିବି ।

Leave a Reply

Your email address will not be published. Required fields are marked *