Pratidin TV

Odisha's Digital News Platform

ଜାଣନ୍ତୁ କେମିତି ବିନା ଇଣ୍ଟରନେଟ୍ ରେ କରିବେ ଚାଟିଂ ..

1 min read

ଏବେ ଆଉ ଚିନ୍ତା ନାହିଁ ବିନା ଇଣ୍ଟରନେଟ୍ ରେ ବି କରିପାରିବେ ଚାଟିଂ । ଅନେକ ସମୟରେ ଲୋକମାନେ ଇଣ୍ଟରନେଟ୍ ଏବଂ ନେଟୱର୍କ ଡାଉନ୍ କାରଣରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେୟାର କରିପାରିନଥାନ୍ତି । ଅନେକ ସମୟରେ ଲୋକେ ଇଣ୍ଟରନେଟ୍ ଏବଂ ନେଟୱର୍କ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଜଣେ ଅନ୍ୟଜଣକୁ ଯୋଗାଯୋଗ କରିପାରିନଥାନ୍ତି । ହେଲେ ଏବେ ଆଉ ସେମିତି ହେବ ନାହିଁ କାରଣ ଏବେ ଗୁଗଲ୍ ପକ୍ଷରୁ ମେସେଜିଂ ଆପ୍ ପାଇଁ ଏକ ନୂଆ ସାଟେଲାଇଟ୍ ମେସେଜିଂ ଫିଚର ଆସୁଛି । ଏହି ଫିଚରରେ ଉପଭୋକ୍ତାମାନେ ଗୁଗଲ୍ ମେସେଜିଂ ରେ ସିଧାସଳଖ ସାଟେଲାଇଟ୍ କନେକ୍ଟିଭିଟି ସହ ଲିଙ୍କ୍ ହେବ । ଅର୍ଥାତ୍ ଏଥିପାଇଁ ମୋବାଇଲ୍ ଟାୱାରର କୌଣସି ଆବଶ୍ୟକତା ରହିବ ନାହିଁ ।

ଉପଭୋକ୍ତା ସିଧାସଳଖ ଗୁଗଲ୍ ସାଟେଲାଇଟ୍ ମେସେଜିଂ ଟୁଲ୍ ଖୋଲି ମେସେଜ୍ କରିପାରିବେ । ଏଥିରେ ଆପଣଙ୍କ ଫୋନ୍ ସିଧାସଳଖ ସାଟେଲାଇଟ୍ ସହିତ ସଂଯୁକ୍ତ ହେବ । ଏଥିରେ ଦୁଇଟି ଉପାୟରେ ମେସେଜିଂ କରିହେବ । ରୁପୋର୍ଟ ଅନୁସାରେ ଗୁଗୁଲ୍ କୃତିମ ବୁଦ୍ଧିମତା ଅର୍ଥାତ ଇଓ ଚାଟ୍‌ବଟ୍ ଜେମିନିର ଇଣ୍ଟିଗ୍ରେଶନ ସହ ମେସେଜିଂ ଆପ୍‌ର ଏକ ନୂଆ ବିଟା ଭର୍ସନ ଆରମ୍ଭ କରିବାକୁ ଯାଉଛି ।ଗୁଗଲ୍ ସାଟେଲାଇଟ୍ ମେସେଜିଂ ଫିଚର ଏବେ ହ୍ୱାଟ୍ସଆପ୍ ସହ ଜୋରଦାର ଟକ୍କର ଦେବ । ଏଥିସହ ଗୁଗଲ୍‌ର ନୂଆ ମେସେଜିଂ ଫିଚର ସଚଷକ୍ଟଦ୍ଭରର ଏମର୍ଜେନ୍ସି ମେସେଜିଂ ଫିଚରଠାରୁ ମଧ୍ୟ ବେଶ୍ ଉନ୍ନତ ହେବ, କାରଣ ଏଥିରେ ଜରୁରୀକାଳୀନ ସେବା ସହ ଜରୁରୀ ମେସେଜ୍‌ର ଉତ୍ତର ଦେବା ସୁବିଧା ରହିବ । ତେବେ ଆଣ୍ଡ୍ରଏଡ୍ ୧୫ ରୋଲଆଉଟ୍ ପୂର୍ବରୁ ଏହି ଫିଚର ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବ କି ନାହିଁ ଏପର୍ଯ୍ୟନ୍ତ ସେନେଇ କୌଣସି ସୂଚନା ନାହିଁ ।

Advertisement

Leave a Reply

Your email address will not be published. Required fields are marked *