Pratidin TV

Odisha's Digital News Platform

ଖରାରେ ପ୍ରଚାର କରୁ କରୁ ବେହୋସ ହୋଇଗଲେ ପାର୍ଥୀ କାଜଲ ନିଷାଦ

1 min read

ନିର୍ବାଚନ ତାରିଖ ପାଖେଇ ପାଖେଇ ଆସୁଥିବା ବେଳେ ପାର୍ଥୀମାନେ ପ୍ରଚାର କରିବରେ ହୋଇପଡିଛନ୍ତି ବ୍ୟସ୍ତ | ଅନ୍ୟପଟେ ଦେଶରେ ଖରା ଦିନକୁ ଦିନ ବଢ଼ିବାରେ ମଧ୍ୟ ଲାଗିଛି | ଏହାମଧ୍ୟରେ ପାର୍ଥୀମାନେ ପ୍ରଚୁର ଖରାରେ ମଧ୍ୟ ପ୍ରଚାର କରିବାକୁ ଛାଡ଼ିନାହାନ୍ତି | ତେବେ ଏହାମଧ୍ୟରେ ଜଣେ ସମାଜବାଦୀ ପାର୍ଟିର ଲୋକସଭା ପାର୍ଥୀ କାଜଲ ନିଷାଦ ଖରାରେ ପ୍ରଚାର କରିବା ଫଳରେ ହଠାତ ହୋଇଥିଲେ ବେହୋସ | ତାଙ୍କୁ ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ତେବେ କାଜଲଙ୍କୁ ଏଥର ଗୋରଖପୁରରୁ ସମାଜବାଦୀ ପାର୍ଟିର ଲୋକସଭା ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଗତ ଶୁକ୍ରବାର ଦିନ ପ୍ରଚାର କରୁଥିବା ସମୟରେ ସେ ହଠାତ ବେହୋସ ହୋଇପଡିଥିଲେ | ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା | ସେଠାରେ ଚିକତ୍ସା ପରେ ରେ ଅତ୍ୟଧିକ ଖରା ଯୋଗୁ କାଜଲ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ କହିଥିଲେ | ଏହାସହ ତାଙ୍କୁ ଆରମ୍ଭ ନେବାକୁ ଡାକ୍ତର ପରାମର୍ଶ ଦେଇଛି |

Advertisement

ଏହା ଭିତରେ ତାଙ୍କର ହାର୍ଟ ସମସ୍ୟା ଦେଖାଦେବାରୁ ତାଙ୍କୁ ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲକୁ ରେଫର କରାଯାଇଥିଲା। କାଜଲ ହୃଦଘାତର ଶିକାର ହୋଇଥିବା ଡାକ୍ତରମାନେ ଆଶଙ୍କା କରୁଛନ୍ତି। ତେବେ ସବୁ ପ୍ରକାର ପରୀକ୍ଷା ପରେ ସେ ହୃଦଘାତର ଶିକାର ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହେବ ବୋଲି କହିଥିଲେ ପରିବାର ଲୋକେ।

Leave a Reply

Your email address will not be published. Required fields are marked *