Pratidin TV

Odisha's Digital News Platform

ସାଙ୍ଗର ଜନ୍ମଦିନ ପାଳନ କରି ଫେରୁଥିଲେ, ଚାଲିଗଲା ଯୁବକଙ୍କ ଜୀବନ

1 min read

ସାଙ୍ଗର ଜନ୍ମଦିନ ପାଳନ କରି ଘରକୁ ଫେରୁଥିଲେ। ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ଘଟିଛି କଟକ ଜିଲ୍ଲାରେ। ମୃତକ ଜଣଙ୍କ ହେଲେ କଟକ ଷ୍ଟୃଆଟ ପାଟଣା ଅଞ୍ଚଳର ୨୩ ବର୍ଷୀୟ ଆଲୋକ ପ୍ରଧାନ।

ତେବେ ରବିବାର ରାତି ପାଖାପାଖି ୧୧ ଟା ସମୟରେ ଆଲୋକ ତାଙ୍କ ସାଙ୍ଗ ଆକାଶଙ୍କ ଜନ୍ମଦିନ ପାଳିବା ପାଇଁ କଟକ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କ ନିକଟକୁ ଯାଇଥିଲେ । ସମସ୍ତେ ଜନ୍ମଦିନ ପାଳିବା ସମୟରେ ଆଲୋକ ଓ ତାଙ୍କ ସାଙ୍ଗ ଉଦିତ କେକ କାଟି ଫେରିବା ବେଳେ ପାର୍କ ସମ୍ନାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟିରେ ସଂଯୋଗ ହେବା ଫଳରେ ଦୁଇ ଜଣଙ୍କୁ କରେଣ୍ଟ ଆଘାତ ହୋଇଥିଲା । ଇଲେକ୍ଟ୍ରି ଖୁଣ୍ଟି ଚାର୍ଜ ହୋଇଥିବାରୁ ଆଲୋକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଏହାସହ ସହ ଉଦିତ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଉଦିତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତଦେହକୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ଚାପା ଉତ୍ତେଜନା ଦେଖାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *