Pratidin TV

Odisha's Digital News Platform

ମା ସାମ୍ନାରେ ଝିଅ ନାତି ଓ ନାତୁଣୀ ଉପରେ ଚଢ଼ିଗଲା କଣ୍ଟେନର

1 min read

ରାଜଧାନୀରେ ପୁଣି ଆଉ ଏକ ହିଟ ଆଣ୍ଡ ରନ ଘଟଣା ସାମ୍ନାକୁ ଆସିଛି | ୪ ଜଣଙ୍କୁ ଧକା ଦେଲା ଦ୍ରୁତଗାମୀ କଣ୍ଟେନର | ଖସି ପଳାଇ ଯାଇଥିବା ବେଳେ ପଳାଶୁଣୀ ଛକରୁ କଣ୍ଟେନରକୁ ଜବତ କଲା ସହିଦନଗର ଥାନା ପୋଲିସ | କଣ୍ଟେନର ଡ୍ରାଇଭରକୁ ଅଟକ ରଖିଛି ପୋଲିସ୍ | ୪ ଜଣ ଗଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ କରାଯାଉଛି ଚିକିତ୍ସା |

ବାଣୀବିହାର ସତସଙ୍ଗ ମନ୍ଦିର ନିକଟରେ ରାସ୍ତା ପାରି ହେଉଥିବା ବେଳେ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା କଣ୍ଟେନର | ୪ ଜଣ ସତସଙ୍ଗ ବିହାର ତାରିଣୀ ବସ୍ତିର ବୋଲି ଜଣା ପଡ଼ିଛି | ମା ଝିଅ ନାତି ନାତୁଣୀ ସତସଙ୍ଗ ବିହାରରେ ବ୍ରହ୍ମପୁର ଯିବା ପାଇଁ ରାସ୍ତା ପାରି ହେଉଥିବା ବେଳେ ଧକା ଦେଇଥିଲା କଣ୍ଟେନର | ତେବେ ଆହତମାନେ ହେଲେ ସେତମା, ଏସ୍‌ ଲିଲି ପାତ୍ର, ପୀୟୂଷ ଓ ପ୍ରିୟଙ୍କା | ସେତମା, ଲିଲି ପାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁକ କରାଯାଇଛି ସ୍ଥାନାନ୍ତର |

Advertisement

Leave a Reply

Your email address will not be published. Required fields are marked *