Pratidin TV

Odisha's Digital News Platform

ହିନ୍ଦୁ ବିବାହରେ କନ୍ୟାଦାନ ନୁହେଁ ବାଧ୍ୟତାମୂଳକ

1 min read

ହିନ୍ଦୁ ରୀତିନୀତି ଅନୁସାରେ ବିବାହ ପାଇଁ କନ୍ୟାଦାନ ପରମ୍ପରା ଜରୁରୀ ନୁହେଁ | ଏଭଳି କିଛି ଆଶ୍ଚର୍ଯ୍ୟ କଲା ପରି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚ | ହାଇକୋର୍ଟର ଲଖନଉ ବେଞ୍ଚର ଜଷ୍ଟିସ ସୁବାଷ ବିଦ୍ୟାର୍ଥୀ ଏକ ଖଣ୍ଡ ପୀଠରେ ଏଭଳି କିଛି ମତ ଦେଇଥିଲେ | ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆବେଦନ କରାଯାଇଥିବା ଅପରାଧିକ ପୁର୍ନ ବିଚାର ପିଟିସନ ଶୁଣାଣି କରି ଜଷ୍ଟିସ ସୁବାଷ ବିଦ୍ୟାର୍ଥୀ ଏଭଳି କହିଛନ୍ତି |

ତେବେ ଜଣେ ବ୍ୟକ୍ତି ବିବାହଜନିତ ଫୌଜଦାରୀ ମାମଲାରେ ଜଣେ ସାକ୍ଷୀଙ୍କୁ ସମନ କରିବାକୁ ଆବେଦନ କରିଥିଲେ | ଟ୍ରାଏଲ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲା | ଯାହାପରେ ଏହା ବିରୋଧରେ ବ୍ୟକ୍ତି ଜଣକ ହାଇକୋର୍ଟର ଆଶ୍ରୟ ନେଇଥିଲେ | କୋର୍ଟରେ ସିଏ ଦଲିଲ ରଖିଥିଲେ ଯେ, ତାଙ୍କ ସ୍ତ୍ରୀଂକ କନ୍ୟାଦାନ ହୋଇଛି କି ନାହିଁ ? ପ୍ରମାଣ କରିବାରେ ବିବାହରେ ସାମିଲ ଥିବା ସାକ୍ଷୀଙ୍କୁ ସମନ କରାଇବାର ଆବଶ୍ୟକତା ରହିଛି | ଏହା ଉପରେ ହାଇକୋର୍ଟ ହିନ୍ଦୁ ବିବାହର ଅଧିନିୟମର ଧାରା ୭ କୁ ଉଲ୍ଲେଖ କରି କହିଥିଲେ ଯେ, ହିନ୍ଦୁ ବିବାହକୁ ମାନ୍ୟ ବୋଲି ବିବେଚନା କରିବା ପାଇଁ ଶକ୍ତ ବିଧିକୁ ଅତ୍ୟାବଶ୍ୟକ ବୋଲି ଧରାଯାଇଛି | ଏହାକୁ ନଜରରେ ରଖି କନ୍ୟାଦାନ ବ୍ୟବସ୍ଥା ହୋଇଥିଲା କି ନାହିଁ ଏହାର କୌଣସି ପ୍ରାସଙ୍ଗିକତା ନାହିଁ | ତେଣୁ ସାକ୍ଷୀ ମାନଙ୍କୁ ପୁନଃ ସମନ କରାଯିବାର କୌଣସି ଯଥାର୍ଥ ନାହିଁ | ଏପରି କିଛି ଟିପ୍ପଣୀ ଦେଇ ଏହି ଅପିଲକକୁକ ଖାରଜ କରିଦେଇଥିଲେ |

ଏହା ସହ କୋର୍ଟ କହିଥିଲେ ଯେ, crpc ଧାରା ୨୧୧ ଅନୁସାରେ ମିଳିଥିବା କ୍ଷମତା ବଳରେ କେବଳ ଆବେଦନକାରୀଙ୍କ କହିବା ଅନୁସାରେ କୋର୍ଟ କାହାକୁ ମଧ୍ୟ ଆକସ୍ମିକ ଭବେ ସମନ କରିପାରିବ ନାହିଁ | ଯେତେବେଳେ କୌଣସି ମାମଲାରେ ଉଚିତ ନିର୍ଣ୍ଣୟ ପାଇଁ ସାକ୍ଷୀମାନଙ୍କୁ ଡକାଯିବ ପଡେ ସେତେବେଳେ ହିଁ କୋର୍ଟ ସମନ ଜାରି କରିବ |

କନ୍ୟାଦାନ ପରମ୍ପରାରେ କନ୍ୟାର ପିତା ନିଜର କନ୍ୟା ହାତକୁ ବରର ହାତରେ ଦେଇ ଦାୟିତ୍ୱ,ସଂସ୍କାର ଓ ସମ୍ପର୍କରେ ହସ୍ତାଂତିକରଣ କରିଥାନ୍ତି | ଗୋଟିଏ ପରିବାରର ଝିଅ ଅନ୍ୟର ବହୁ ଭାବେ ସମ୍ମିଳିତ ହୋଇଥାଏ | ତେବେ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି କିଛି ରାୟ ଦେଇଛି | କାନ୍ୟଦାନ ଅନିବାର୍ଯ୍ୟ ନୁହେଁ ବୋଲି କୋର୍ଟ କହିଛି |

Leave a Reply

Your email address will not be published. Required fields are marked *