Pratidin TV

Odisha's Digital News Platform

ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ , କିଛି ଘଣ୍ଟା ପାଇଁ ଦିନ ହୋଇଯିବ ରାତି ..

ଆଉ କିଛି ଘଣ୍ଟା ପରେ ହେବ ବିରଳ ସୂର୍ଯ୍ୟପରାଗ । ୪୦୦ ବର୍ଷ ପରେ ଘଟିବାକୁ ଯାଉଛି ଏପରି ଘଟଣା । ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ୫ଘଣ୍ଟା ୨୫ ମିନିଟ୍ ଧରି ଚାଲିବ । ଏହି ଏହି ମହାଜାଗତିକ ଦୃଶ୍ୟ ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାର ଆଖପାଖ ଅଂଚଳରେ ଆଶିଂକ ଦୃଶ୍ୟମାନ ହେବ । ଭାରତୀୟ ସମୟ ରାତି ୯ଟା ୧୨ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ଭୋର ୨ଟା ୨୨ମିନିଟରେ ଶେଷ ହେବ ।

ସର୍ବଧିକ ପରାଗ ରାତି ୧୧ଟା ୪୭ ମିନିଟରେ ଦେଖାଯିବ ବୋଲି କୁହାଯାଉଛି । ସୂର୍ଯ୍ୟପରାଗରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରଙ୍କ ଛାଇ ପୃଥିବୀ ଉପରେ ପଡିଥାଏ । ସେହି ଅଂଚଳର ଲୋକମାନେ କିଛି ସମୟ ପାଇଁ ଦିନ ବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ଅନେକ ବର୍ଷ ପରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ଏହି ପୂର୍ଣ୍ଣପରାଗ ଦେଖାଯିବ । କିନ୍ତୁ ଭାରତରେ ରାତି ହୋଇଥିବାରୁ ଏହା ପାଳନୀୟ ନୁହେଁ । ଆବହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଛି । ତେବେ ବିଜ୍ଞାନର ଅଗ୍ରଗତି ଫଳରେ ମଣିଷ ଗ୍ରହଣ ଏବଂ ପରାଗ କାହିଁକି ଓ କିପରି ଘଟେ ତାହା ଠିକ୍ ଭାବରେ ଜାଣିସାରିଲାଣି । ଏସବୁ ହେଉଛି ଛାଇ ଆଲୁଅର ଖେଳ, ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ ।

Leave a Reply

Your email address will not be published. Required fields are marked *