Pratidin TV

Odisha's Digital News Platform

ବିବାହ ବାର୍ଷିକୀରେ ସ୍ୱାମୀଙ୍କ ସହ ଅଙ୍ଗଦାନ କରିବେ ପିଙ୍କି ପ୍ରଧାନ …

1 min read

ନିଆରା ଢଙ୍ଗରେ ନିଜର ବିବାହ ବାର୍ଷିକୀ ପାଳନ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣାଲ ସବ୍ୟସଚୀ ଦାଶ । ନେଇଛନ୍ତି ବଡ ନିଷ୍ପତ୍ତି । ବିବାହ ବାର୍ଷିକୀରେ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ ସ୍ତ୍ରୀ । କ୍ୟାପିଟାଲ ହସ୍ପିଟାଲ ରେ ଏ ନେଇ ଆଜି ଅଙ୍ଗ ଦାନର ଫୋର୍ମ ପୂର୍ଣ କରି ନିଜର ସ୍ୱୀକୃତି ଦେଇଛନ୍ତି ।

ଏହା ଛଡ଼ା ସେମାନେ ରକ୍ତ ଦାନ ମଧ୍ୟ କରିଛନ୍ତି । ଦେଶ ରେ ୧୦ ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ ଅଙ୍ଗ ରୋପଣ ପାଇଁ ଅପେକ୍ଷା କରିଥିବା ବେଳେ ଡୋନରଙ୍କ ସଂଖ୍ୟା ବହୁତ କମ ରହିଛି । ମାତ୍ର୫୦୦୦୦ ଲୋକେ ଅଙ୍ଗ ଦାନ କରିବା ପାଇଁ ପ୍ରତିବଦ୍ଧ ଥିବା ବେଳେ ଓଡିଶା ରେ ୧୫ ଜଣ ଲୋକ ନିଜର ଅଙ୍ଗ ଦାନ କରିପାରିଛନ୍ତି । ତେବେ ଜନ୍ମ ଦିନ , ବିବାହ ବର୍ଷିକୀ , ବା କୌଣସି ଶୁଭ କାର୍ଯ୍ୟରେ ଲୋକେ ଅଙ୍ଗ ଦାନ କରିବା ପାଇଁ ଅନୁରୋଧ କରିବା ସହ ରକ୍ତ ଦାନ କରନ୍ତୁ ଏହି ଅନୁରୋଧ କରିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କରନାଲ ସବ୍ୟସାଚୀ ଦାଶ ।

Advertisement

Leave a Reply

Your email address will not be published. Required fields are marked *