Pratidin TV

Odisha's Digital News Platform

ଶୁଭଶ୍ରୀ ମୃତ୍ୟୁ ମାମଲାରେ : ସାମ୍ନାକୁ ଆସିଲା ଶବ ବ୍ୟବିଚ୍ଛେଦ ରିପୋର୍ଟ

1 min read

ଭୁବନେଶ୍ୱର : ଗତ ମଙ୍ଗଳବାର ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଘରୁ ଶୁଭଶ୍ରୀ ନାମକ ଜଣେ ମହିଲାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ଶୁଭଶ୍ରୀଙ୍କ ସ୍ୱାମୀ ଅନନ୍ତ ଖାରବେଳନଗର ଥାନରେ ଅଭିଯୋଗ ଆଣିଥିଲେ ଯେ ତାଙ୍କ ସ୍ତ୍ରୀ ଶୁଭଶ୍ରୀଙ୍କୁ କେହି ହତ୍ୟା କରିଛି । ଅଭିଯୋଗ ପରେ ପୋଲିସ ଉକ୍ତ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଦେଇଥିବା ବେଳେ , ଧିରେ ଧିରେ ସପୃକ୍ତ ମାମଲା ଉପରୁ ପରଦା ଉଠିବାରେ ଲାଗିଛି ।

ତେବେ ମୃତ୍ୟୁ ଦିନ ଶୁଭଶ୍ରୀ ରସୁଲଗଡର ଜଣେ ଯୁବକଙ୍କ ଫୋନକୁ ୭ରୁ୮ ଥର ଫୋନ କରିଥିଲେ ବୋଲି କଲ୍ ଡିଟେଲ୍ସରୁ ଜାନିବାକୁ ପାଇଥିଲା ପୋଲିସ । ଏହା ସହ ମୃତ୍ୟୁର ଠିକ୍ ୩୦ ମିନିଟ୍ ପୂର୍ବରୁ ସେହି ନଂ ରେ ୨୭ ସେକେଣ୍ଡ ପାଇଁ କଥା ହୋଇଥିଲେ ସେ । ତେବେ ଶୁଭଶ୍ରୀ ଉକ୍ତ ଯୁବକଙ୍କ ସହ କ’ଣ କଥା ହୋଇଥିଲେ ପୋଲିସ ତାର ଖୋଳତାଡ ଚଳାଇଛି । ସେହିପରି ଯୁବକଙ୍କ ସହ ଶୁଭଶ୍ରୀଙ୍କର କଣ ସମ୍ପର୍କ ଥିଲା ସେ ବିଷୟରେ ପୋଲିସ ମଧ୍ୟ ପଚରାଉଚରା ଚଲାଇଛି । ପୋଲିସ ସନ୍ଦେହରେ ଧରିଥିବା ଯୁବକ ଜଣଙ୍କୁ ମଧ୍ୟ ଶୁଭଶ୍ରୀଙ୍କ ସ୍ୱାମୀ ଚିହ୍ନିଥିବା ଜଣାପଡିଛି ।

Advertisement

ଏସବୁ ମଧ୍ୟରେ ଆଜି ଏକ ବଡ ତଥ୍ୟକୁ ବାହରକୁ ଆଣିଛି ପୋଲିସ । ଆଜି ଶୁଭଶ୍ରୀଙ୍କ ଶବ ବ୍ୟବିଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ତାଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ଦର୍ଶାଯାଇଛି । ଏହାସହ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଶୁଭଶ୍ରୀଙ୍କ ମୃତ୍ୟୁ ଝୁଲନ୍ତା ଅବସ୍ଥାରେ ହୋଇଛି ।

ଏଥିରୁ ଏହା ସମ୍ପୂର୍ଣ୍ଣଭାବେ ଜଣାପଡୁଛି ଯେ ଶୁଭଶ୍ରୀଙ୍କ ମୃତ୍ୟୁ ଏକ ହତ୍ୟା ବୋଲି । କେହି ତାଙ୍କୁ ମାରି ଝୁଲାଇଦେଇଛି , ପରେ କଣ ଚିନ୍ତାକରି ତାଙ୍କୁ ପୁଣି ଖଟଉପରେ ଶୁଆଇଦେଇଛି ।

Leave a Reply

Your email address will not be published. Required fields are marked *